ଆଜିଠୁ ଜେଇଇ ମେନ୍‌-୩

Advertisment
ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

ଭୁବନେଶ୍ବର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ମୁଖ୍ୟ)ର ତୃତୀୟ ସେସନ୍‌ ତଥା ଜେଇଇ ମେନ୍‌-୩ ମଙ୍ଗଳବାରଠାରୁ ଆରମ୍ଭ ହେବ। ୨୭ ତାରିଖ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ସାରା ଦେଶରେ ୭ ଲକ୍ଷ ୯ ହଜାର ୫୧୯ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ସେସନ୍‌ରେ ପରୀକ୍ଷା ଦେଉଥିବା ଜଣାପଡ଼ିଛି।

କରୋନା ସଂକ୍ରମଣକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଦେଶର ୩୩୪ଟି ସହରରେ ୮୨୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ରରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରାଯିବ। ସମସ୍ତ ପରୀକ୍ଷାର୍ଥୀଙ୍କୁ ‌ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା ପୂର୍ବରୁ କେନ୍ଦ୍ରର ହଲ୍‌ଗୁଡ଼ିକ ଭଲ ଭାବେ ବିଶୋଧନ ହେବ। ଗୋଟିଏ ସିଫ୍ଟରେ ବ୍ୟବହୃତ କମ୍ପ୍ୟୁଟର୍‌ ଅନ୍ୟ ସିଫ୍ଟରେ ‌ବ୍ୟବହାର କରାଯିବ ନାହିଁ। ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଗହଳି ଏଡ଼ାଇବା ଲାଗି ପରୀକ୍ଷାର୍ଥୀଙ୍କୁ ରିପୋର୍ଟିଂ ଲାଗି ଟାଇମ୍‌ ସ୍ଲଟ ଯୋଗାଇ ଦିଆଯାଇଛି। ପଞ୍ଜୀକରଣ ସମୟରେ କେହି କାହାରିକୁ ସ୍ପର୍ଶ କରିବେ ନାହିଁ ଓ ସାମାଜିକ ଦୂରତା‌ ରକ୍ଷା କରିବେ। ପରୀକ୍ଷା କେନ୍ଦ୍ରର ଝରକା ଖୋଲା ରଖିବା ସହ ଫ୍ୟାନ୍‌ ଚାଲୁ ରଖିବାକୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe