ଘୁଞ୍ଚିଲା ଜେଇଇ ମେନ୍‌-୪; ଅଗଷ୍ଟ ୨୬ରୁ ହେବ, ୨୦ ଯାଏ ବଢ଼ିଲା ଆବେଦନ

ଟୁଇଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଜେଇଇ ମେନ୍‌ ଯୋଗ୍ୟତା ମାନଦଣ୍ଡ କୋହଳ

www.india.com

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌-୪କୁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବାକୁ ଥିବା ଜେଇଇ ମେନ୍‌-୪ ଏବେ ଅଗଷ୍ଟ ୨୬, ୨୭, ୩୧, ସେପ୍ଟେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜେଇଇ ମେନ୍‌-୪ ସେସନ୍‌ରେ ପରୀକ୍ଷା ଦେବା ଲାଗି ଆଜି ସୁଦ୍ଧା ୭ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଆହୁରି ଅନେକ ଛାତ୍ରଛାତ୍ରୀ ରହିଯାଇଥିବାରୁ ପଞ୍ଜୀକରଣ ତାରିଖକୁ ଜୁଲାଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ଜେଇଇ ମେନ୍‌-୩ ଓ ଜେଇଇ ମେନ୍‌-୪ ମଧ୍ୟରେ ଅତି କମ୍‌ରେ ୪ ସପ୍ତାହ ବ୍ୟବଧାନ ରଖିବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ। ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ଜେଇଇ ମେନ୍‌-୩ ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଆଡମିଟ୍‌ କାର୍ଡ ରିଲିଜ୍‌ ହୋଇଛି। କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଦେଶର ୩୩୪ଟି ସହରରେ ଜୁଲାଇ ୨୦, ୨୨, ୨୫ ଓ ୨୭ରେ ଅନୁଷ୍ଠିତ ହେବ। ଏଥିପାଇଁ ୭ ଲକ୍ଷ ୯ ହଜାର ୫୧୯ଜଣ ପଞ୍ଜୀକରଣ କରିଛନ୍ତି। ଯଦି କୌଣସି ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ଜେଇଇ ମେନ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ। ଆଡମିଟ୍‌ କାର୍ଡ ପୋଷ୍ଟ ଦ୍ବାରା ପଠାଯିବ ନାହିଁ ବୋଲି ‌ଏନ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe