ଆରମ୍ଭ ହେଲା ଜେଇଇ ମେନ୍‌ ପରୀକ୍ଷା : ପ୍ରଥମ ଦିନରେ ଓଡ଼ିଶାରୁ ପରୀକ୍ଷା ଦେଲେ ୮ ହଜାର, ମାସ୍କ, ଗ୍ଲୋଭ୍‌ସ ପିନ୍ଧିଲେ, ସାମାଜିକ ଦୂରତ୍ୱ ମାନିଲେ

ଜେଇଇ-ନିଟ୍‌ ପରୀକ୍ଷା ଜାରି ରହିବ, ୬ ଅଣବିଜେପି ରାଜ୍ୟର ରିଭ୍ୟୁ ପିଟିସନ୍‌ ଖାରଜ

ଭୁବନେଶ୍ୱର : ଆଜିଠାରୁ ସାରା ଦେଶରେ ଜେଇଇ ମେନ୍‌ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଡ଼ା ସୁରକ୍ଷା, ସାମାଜିକ ଦୂରତା ରକ୍ଷା ମଧ୍ୟରେ ଦେଶର ୧ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅନୁରୂପ ଭାବେ ଓଡ଼ିଶାର ପ୍ରାୟ ୮ ହଜାର ପିଲା ପରୀକ୍ଷା ଦେଇଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୨୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଛନ୍ତି। ଆଜି କିଛି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।

ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ନିକଟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ତେବେ ପୁଲିସର କଡ଼ା ଯାଞ୍ଚ ସାଙ୍ଗକୁ ସାମାଜିକ ଦୂରତ୍ୱ ରକ୍ଷା ନେଇ ଜାରି କଟକଣା ଯୋଗୁଁ ଅଭିଭାବକ ପରୀକ୍ଷା କେନ୍ଦ୍ର ଠାରୁ ୨୦୦ ମିଟର ଦୂରରେ ରହିଥିଲେ। କେନ୍ଦ୍ର ଭିତରକୁ ପ୍ରବେଶ ବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ପାଇଁ ପ୍ରତି ୬ ଫୁଟ ବ୍ୟବଧାନରେ କୋଠରୀ କରାଯାଇଥିଲା। କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଥିବା ମାସ୍କ ପିନ୍ଧି, ହାତକୁ ବିଶୋଧନ କରି ଭିତରକୁ ପ୍ରବେଶ କରିଥିଲେ। ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ପ୍ରଥମ ସିଫ୍ଟ ପରେ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯାଇଥିଲା।

ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପହଞ୍ଚାଇବା ଠାରୁ ଆରମ୍ଭ କରି ସେମାନଙ୍କ ରହିବା, ଖାଇବା ପାଇଁ ରାଜ୍ୟ ସରକାର ସାହାଯ୍ୟ ଯୋଗାଇ ଦେଇଥିବାରୁ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe