ଭୁବନେଶ୍ୱର: ଜଏଣ୍ଟ ଇଂଜିନିୟରିଂ ଏଣ୍ଟ୍ରାନସ୍ (ଜେଇଇ) ରେଜିଷ୍ଟ୍ରେସନ୍ ରେଜିଷ୍ଟ୍ରେସନ୍ ତାରିଖ ଓଡ଼ିଶାର ପିଲାମାନଙ୍କ ପାଇଁ ୫ ଦିନ ବୃଦ୍ଧି ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ପିଲାମାନଙ୍କ ପାଇଁ ରେଜିଷ୍ଟ୍ରେସନ୍ ଅବଧୀ ମେ’ ମାସ ୧୪ ଯାଏଁ ରହିବ। ପୁର୍ବରୁ ମେ’ ୩ରୁ ୯ ଯାଏଁ ରେଜିଷ୍ଟ୍ରେସନ୍ ଦିନ ଧାର୍ଯ୍ୟ ଥିଲା।
ସୂଚନାଯୋଗ୍ୟ ଜେଇଇ ପଞ୍ଜିକରଣ ତାରିଖ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ପତ୍ର ଲେଖି ନିବେଦନ କରିଥିଲେ। ପୂର୍ବରୁ ଜେଇଇ ପଞ୍ଜିକରଣ ତାରିଖ ମେ ୩ରୁ ମେ୯ ରହିଥିଲା। ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିବା କାରଣରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ବଞ୍ଚିତ ହେବେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିଥିଲେ।
Follow Us