ଜହର ପାଲଟୁଛି ଜିରା: ରୋକି ହେଉନି ପ୍ରଦୂଷଣ

Advertisment

ଗ୍ରୀନ ଟ୍ରିବୁନାଲର ନିଷ୍ପତ୍ତିକୁ ଅପେକ୍ଷା

ଗ୍ରୀନ ଟ୍ରିବୁନାଲର ନିଷ୍ପତ୍ତିକୁ ଅପେକ୍ଷା

ଜହର ପାଲଟୁଛି ଜିରା: ରୋକି ହେଉନି ପ୍ରଦୂଷଣ

ବରଗଡ଼: ବରଗଡ଼ର ଜୀବନଧାରା କୁହାଯାଉଥିବା ଜୀରା ନଦୀ ଦିନକୁ ଦିନ ପ୍ରଦୂଷିତ ହେଉଛି। ଜୀରାର ପାଣି ତ ବିଭିନ୍ନ କାରଣରୁ ବିଷାକ୍ତ ହେଉଛି। ଗୁଡ଼ାଏ ସ୍ଥାନରେ ନଦୀ ପଠାକୁ ଡମ୍ପିଂ ୟାର୍ଡ ଭଳି ବ୍ୟବହାର କରାଯାଉଛି। ସହରରୁ ବାହାରୁ ଥିବା ବିଷାକ୍ତ ଆବର୍ଜନାକୁ ନଦୀ ପଠାରେ ପକାଯାଉଛି। ସେଠାରେ ହିଁ ତାକୁ ଜାଳି ଦିଆଯାଉଛି। ଏହି ବର୍ଜ୍ୟ ସିଧା ଜୀରା ନଦୀର ପାଣିରେ ମିଶୁଛି। ଯାହାକୁ ତଳମୁଣ୍ଡରେ ଥିବା ଲୋକେ ସିଧାସଳଖ ବ୍ୟବହାର କରୁଛନ୍ତି। ପୌର ପରିଷଦର କିଛି ଅସାଧୁ ସଫେଇ କର୍ମଚାରୀ ଗାଲୁଆମି କରି ବର୍ଜ୍ୟବସ୍ତୁକୁ ଡମ୍ପିଂ ୟାର୍ଡକୁ ନେବା ବଦଳରେ ଜୀରା ନଦୀ ଗର୍ଭରେ ପକାଉଥିବା ନଜରକୁ ଆସିଛି।  ଏହାବାଦ୍‌  ସହରର ସବୁ ଆବର୍ଜନା ଏବଂ ନର୍ଦ୍ଦମା ପାଣି ସିଧାସଳଖ ପ‌ାଣିରେ ମିଶୁଛି। ନଦୀରେ ସୁଅ ନଥିଲେ ବାଲିବନ୍ଧ ଦ୍ବାରା ପାଣି ସଂରକ୍ଷିତ ରଖାଯାଉଛି।

ଏଠାରେ ଅମ୍ବାପାଲି ଏବଂ ବରଗଡ଼ର ବିଭିନ୍ନ ପଡ଼ାବାସୀ ଗାଧୁଆପାଧୁଆ କରୁଛନ୍ତି। କିନ୍ତୁ ଏହି ସ୍ଥିର ପାଣିରେ ନର୍ଦ୍ଦମା ପାଣି ସିଧାସଳଖ ମିଶୁଛି। ଯଦ୍ବାରା ଲୋକେ ଗନ୍ଧଯୁକ୍ତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି।  ଜୀରାର ପାଣି ସଂରକ୍ଷଣ ପାଇଁ ଅାନିକଟ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏନେଇ କିଛି ମାସ ପୂର୍ବେ ଫାଇଲ୍‌ଗତ କାମ ମଧ୍ୟ ଚାଲିଥିଲା। କିନ୍ତୁ ଉତ୍କୃଷ୍ଟ ସ୍ଥାନ ନିରୂପଣ ହୋଇପାରୁନାହିଁ। ଆନିକଟ୍‌ ହେଲେ ସଂରକ୍ଷିତ ପାଣି କେତେ ଦୂର ମାଡ଼ିବ, କେଉଁ ଇଲାକାକୁ ଜଳସେଚନ ସୁବିଧା ପହଂଚିବ, ଏହାର  ବୈଷୟିକ ମଂଜୁରୀ ହୋଇପାରୁନାହିଁ।  ଫଳରେ ଲୋକେ ନର୍ଦ୍ଦମା ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଜୀରା ନଦୀର ପ୍ରଦୂଷଣ ରୋକିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ଠୋସ୍‌ ଯୋଜନା ନାହିଁ। ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶକ୍ରମେ ଗତମାସ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍‌ ଜୀରା ନଦୀର ଉପରମୁଣ୍ଡରେ ଥିବା ଆଇନ୍‌ କଲେଜ୍‌ ପାଖରୁ ଏବଂ ପୁରୁଣା ପିଏଚ୍‌ଡି ପଡ଼ାଠାରେ ପହଂଚି ନଦୀ ସ୍ରୋତରୁ ଜଳ ନମୁନା ସଂଗ୍ରହ କରିଥିଲା।  ତେବେ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ନିଷ୍ପତ୍ତି କ'ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe