ବିଦ୍ୟୁତ୍ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ!

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

fatafatnews.com

ବାଣପୁର : ଶନିବାର ସନ୍ଧ୍ୟାରେ ବାଣପୁର ଶ୍ରୀନିବାସପୁର ଶାସନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଦ୍ୟୁତ୍‌ ଆଘାତରେ ଜେଜେମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟା ସମୟରେ ନଦୀରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଉଭୟେ ବିଦ୍ୟୁତ୍ ଆଘାତରେ ଶିକାର ହୋଇଥିଲେ। ଗ୍ରାମବାସୀମାନେ ଶାଳିଆ ନଈରୁ ଉଭୟଙ୍କର ଚେତାଶୂନ୍ୟ ଶରୀର ଉଦ୍ଧାରକରି ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟଏ ସନ୍ଧ୍ୟା ପ୍ରାୟ ୭ଟାରେ ବାଣପୁର ଥାନା ଶ୍ରୀନିବାସପୁର ଶାସନର କହ୍ନେଇ ମଲ୍ଲିକ ମୋଟରସାଇକେଲ ଯୋଗେ ବଜାରରୁ ଗ୍ରାମକୁ ଫେରୁଥିଲେ। ଶାଳିଆ ନଈର ଶ୍ରୀନିବାସପୁର ଶାସନ ଗ୍ରାମ ତୁଠରେ ଦୁଇ ଜଣ ପଥର ଉପରେ ଅଧା ବୁଡ଼ି ରହିଥିବା ଦେଖି କହ୍ନେଇଙ୍କର ସନ୍ଦେହ ହୋଇଥିଲା। ଘଟଣା ବିଷୟରେ ଜାଣିବା ପାଇଁ କହ୍ନେଇ ନଈ ଭିତରକୁ ଯାଇଥିଲେ। ତେବେ ପାଣିରେ ପଶୁ ପଶୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେ ବାହାରକୁ ଚାଲିଆସିଥିଲେ। ଗ୍ରାମବାସୀଙ୍କୁ ନେଇ ବାଉଁଶ ସାହାଯ୍ୟରେ ଉଭୟଙ୍କୁ ପାଣିରୁ ଉଦ୍ଧାର କରାଯିବା ସହିତ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଦ୍ବୟ ହେଉଛନ୍ତି ଶ୍ରୀନିବାସପୁର ଶାସନର ତ୍ରିନାଥ ନାୟକଙ୍କ ପତ୍ନୀ କମା ନାୟକ (୬୫) ଏବଂ ତାଙ୍କ ନାତୁଣୀ ବେବି ନାୟକ (୫)। ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହ‌ଞ୍ଚି ସମଗ୍ର ବାଣପୁରର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସହିତ ଘଟଣା ସ୍ଥଳ ଅନୁସନ୍ଧାନ କରିଥିଲେ ମଧ୍ୟ ପାଣିରେ କିପରି ବିଦ୍ୟୁତ ପ୍ରବାହ ହେଲା ତାହାର କାରଣ ଜଣାପଡ଼ିନାହିଁ। ପାରିପାର୍ଶ୍ବିକ ଅବସ୍ଥାରୁ ନଈରେ ମାତ୍ର ଦେଢଫୁଟ ପାଣି ରହିଥିବାରୁ ମୃତ୍ୟୁର ଅନ୍ୟ କୌଣସି କାରଣକୁ ସାଧାରଣରେ ଖଣ୍ତନ କରାଯାଉଛି। ମୃତ୍ୟୁର କାରଣ ସ୍ପଷ୍ଟ ହେଇପାରି ନାହିଁ। ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହୁଥିବା ବେଳେ ପାଣିରେ ବିଦ୍ୟୁତ ପ୍ରବାହିତ ହେବା ଘଟଣାକୁ ବିଦ୍ୟୁତ ବିଭାଗ ପକ୍ଷରୁ ଖଣ୍ତନ କରାଯାଇଛି। ଏ ନେଇ ସମଗ୍ର ବାଣପୁରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe