ଗହଣା ଦୋକାନରୁ ସଶସ୍ତ୍ର ଡକାୟତି: ଭଡ଼ାଟିଆଙ୍କୁ ବାନ୍ଧିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟିଲେ

Advertisment
ଗହଣା ଦୋକାନରୁ ସଶସ୍ତ୍ର ଡକାୟତି: ଭଡ଼ାଟିଆଙ୍କୁ ବାନ୍ଧିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟିଲେ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ଜୁଏଲାରି ଦୋକାନରୁ ଗତକାଲି ରାତିରେ ଡକାୟତି ହୋଇଛି। ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିବା ନେଇ ଅମ୍ବିକା ଜୁଏଲର୍ସ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦୋକାନ ପଛପଟକୁ ଲାଗିଥିବା ଘରେ ମାଲିକ ହରିଶ୍‌ଚନ୍ଦ୍ର କମିଳା ଓ ତାଙ୍କ ଭାଇ ଜଳନ୍ଧର କମିଳାଙ୍କ ପରିବାର ରହନ୍ତି। ଦୋକାନ ଉପର ମହଲାରେ ବଡ଼ସାହି ଅଗ୍ନିଶମ ଅଧିକାରୀ ରବୀନ୍ଦ୍ର କୁମାର ସେଠୀଙ୍କ ପରିବାର ଭଡ଼ାରେ ରହନ୍ତି। ୮-୧୦ ଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଅଗ୍ନିଶମ ଅଧିକାରୀଙ୍କ ଘରକୁ ଧସେଇ ପଶିଥିଲେ। ପାଟି କରିବାରୁ ବନ୍ଧୁକ ଦେଖାଇ ବାନ୍ଧିପକାଇଥିଲେ। ରାତି ପ୍ରାୟ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଦୋକାନ ଭିତରେ ପଶି ଲୁଟ୍‌ତରାଜ ଚଳାଇଥିଲେ। ଲୁହା ଆଲମାରିକୁ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଧରି ପଳାଇଥିଲେ। ଅଭିଯୋଗ ପରେ ଏ ସଂକ୍ରାନ୍ତରେ ୧୧୦/୧୭ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଛି। ବେତନଟୀ ଏସ୍‌ଡିପିଓଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ କରାଯାଇଛି। ଅପରାହ୍‌ଣରେ ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂ ପହଞ୍ଚି ତଦନ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ବଡ଼ସାହି ଥାନା ଅଞ୍ଚଳରେ ଗତ କିଛିଦିନ ଧରି ଚୋରି, ଡକାୟତି ବଢ଼ିଯାଇଛି। ହିଙ୍ଗୁଳା ମନ୍ଦିରରୁ ଚୋରି ହେଉ କିମ୍ବା ବଜାର ଭିତରେ ଚୋରି ପରି ଘଟଣା ଜନସାଧାରଣଙ୍କ ନିଦ ହଜାଇ ଦେଇଛି। ତଥାପି କୌଣସି ଏକ ଘଟଣାରେ ବି ଅପରାଧୀ ପାଖରେ ପୁଲିସ ପହଞ୍ଚି ନପାରିବାଟାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe