Jeweller robbed: ଏନ୍‌ଏଚ୍‌ରେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌: ନେଇଗଲେ ଦେଢ଼ ‌କେଜି ସୁନା, ୩୩ କେଜି ରୁପା ଓ ୩୫ ଲକ୍ଷ ଟଙ୍କା

ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମଯାଜପୁର ଓଭରବ୍ରିଜ୍‌ ଉପରେ ଆଜି ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ଗହଣା ବ୍ୟବସାୟୀଙ୍କ ଦେଢ଼ କେଜି ସୁନା ଅଳଙ୍କାର, ୩୩ କେଜି ରୁପା ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

loot1

ପୁରୀ: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମଯାଜପୁର ଓଭରବ୍ରିଜ୍‌ ଉପରେ ଆଜି ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ଗହଣା ବ୍ୟବସାୟୀଙ୍କ ଦେଢ଼ କେଜି ସୁନା ଅଳଙ୍କାର, ୩୩ କେଜି ରୁପା ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ଏସ୍‌ପି ପ୍ରତୀକ ସିଂଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ରାଧାକାନ୍ତ ଜୁଏଲର୍ସର ମାଲିକ ସଞ୍ଜୟ କୁମାର ଦାସଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜଙ୍କ ନେତୃତ୍ବରେ କେତେକ ଅଧିକାରୀଙ୍କୁ ନେଇ ତିନିଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

୩ ସନ୍ଦିଗ୍ଧ ଯୁବକ ଅଟକ

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ପୂର୍ବାହ୍ଣ ପ୍ରାୟ ୯ଟା ସମୟରେ ଓଆର୍‌-୦୨ବିଟି-୬୮୩୫ ନମ୍ବର ବିଶିଷ୍ଟ ଏଷ୍ଟିଲୋ କାରରେ ରାଧାକାନ୍ତ ଜୁଏଲର୍ସର ମାଲିକ ଶ୍ରୀ ଦାସଙ୍କ ଶଳା ସତ୍ୟରଞ୍ଜନ ପୃଷ୍ଟି, କାରିଗର ଅଭିଜିତ ଘୋଷ ଓ ଡ୍ରାଇଭର ନୃସିଂହ ମଲ୍ଲିକ ସମଯାଜପୁର ଓଭରବ୍ରିଜ୍‌ ଦେଇ ଭୁବନେଶ୍ବର ଆଡ଼କୁ ଯାଉଥିଲେ। ସମଯାଜପୁର ଓଭରବ୍ରିଜ୍‌ ଉପରେ ସମ୍ମୁଖରୁ ଏକ ବାଇକ୍‌ରେ ତିନି ଜଣ  ଦୁର୍ବୃତ୍ତ କାର୍‌କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ଡ୍ରାଇଭରଠାରୁ କାର୍‌ ଚାବି ଛଡ଼ାଇନେଇ ପଛପଟ ଡୋର୍‌ ଖୋଲି ସୁନା, ରୁପା ଅଳଙ୍କାର ଓ ଟଙ୍କା ଥିବା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଚନ୍ଦନପୁର ଥାନା ଆଇଆଇସି ଭୁବନମୋହନ ସାମନ୍ତରାୟ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe