ରାଜଧାନୀରେ ପୁଣି ଗହଣା ଦୋକାନୀଙ୍କୁ ଗୁଳି, ମାଲିକ ଓ ମ୍ୟାନେଜର ଗୁରୁତର

Advertisment
କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

Khabarplus

ଭୁବନେଶ୍ବର : ଦୁର୍ବୃତ୍ତମାନେ ଆଜି ରାଜଧାନୀରେ ପୁଣି ଗହଣା ଦୋକାନୀଙ୍କୁ ଗୁଳି କରି ଲୁଟ୍‌ କରିଛନ୍ତି। ସୋମବାର ରାତି ପ୍ରାୟ ୧୧ଟା‌ରେ ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ। ଗୁଳିମାଡ଼ର ଶିକାର ହୋଇଛନ୍ତି ଦେବୀଦୁର୍ଗା ଜୁଏଲର୍ସର ମାଲିକ ପ୍ରଶାନ୍ତ ସାହୁ ଓ ମ୍ୟାନେଜର ରାଜେନ୍ଦ୍ର ସାହୁ। ପ୍ରଶାନ୍ତଙ୍କ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ରାଜେନ୍ଦ୍ରଙ୍କ ଡ଼ାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ତେବେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ କେତେ ଅଳଙ୍କାର ଲୁଟି ନେଇଛନ୍ତି, ତାହା ଜଣାପଡ଼ିନାହିଁ। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟା‌ଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ପ୍ରଶାନ୍ତ, ତାଙ୍କ ଭାଇ ଓ ମ୍ୟାନେଜର ରାଜେନ୍ଦ୍ର ସାମନ୍ତରାପୁର ଛକସ୍ଥିତ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେମାନେ ଦୋକାନରୁ ବାହାରୁ ଥିବା ସମୟରେ ହଠାତ୍‌ ଦୁଇଟି ବାଇକ୍‌ରେ ଥିବା ୪ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତମାନେ ପାଖାପାଖି ୬ରୁ ୮ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଆହତ ପ୍ରଶାନ୍ତ ଓ ରାଜେନ୍ଦ୍ର ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଅନ୍ୟମାନେ ଭୟରେ ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତମାନେ ଚାଲିଯିବା ପରେ ଲୋକମାନେ ସେଠାକୁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ପଠାଇଥିଲା। ଲୁଟେରାଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ଯାଁଳା ବଜାର ସ୍ବାତୀ ଜୁଏଲର୍ସର ଲୋକନାଥ ସୁବୁଦ୍ଧିଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିଲେ। ସେହି ମାମଲାରେ ପୁଲିସକୁ ସଫଳତା ମିଳିନଥିବା ଆଜି ପୁଣି ଗହଣା ଦୋକାନୀଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ଼ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe