ମନମାନି: ନ୍ୟାୟ ଦାବି ପାଇଁ କର୍ତ୍ତୃପକ୍ଷଙ୍କୁ ଘ‌େରିଲେ ଶତାଧିକ ଶ୍ରମିକ, ୪ ଘଣ୍ଟା ଧରି ହଲପଟା ହେଲେ ୟୁନିଟ ମୁଖ୍ୟ ଓ ଏଚଆର

Advertisment
ମନମାନି: ନ୍ୟାୟ ଦାବି ପାଇଁ କର୍ତ୍ତୃପକ୍ଷଙ୍କୁ ଘ‌େରିଲେ ଶତାଧିକ ଶ୍ରମିକ, ୪ ଘଣ୍ଟା ଧରି ହଲପଟା ହେଲେ ୟୁନିଟ ମୁଖ୍ୟ ଓ ଏଚଆର

ଜୟପୁର: ୨୨ ମାସର ବକେୟା ଦରମା ଦିଅ। ସବୁ ଶ୍ରମିକଙ୍କୁ ସମାନଭ‌ାବେ ଦେଖ। ପାତରଅନ୍ତର ଚାଳିବନି, କି ଚାପୁଲିସି ଚାଲିବନି। ଏହି ଦାବିରେ ଆଜି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗାଗନାପୁରସ୍ଥିତ ବିଲ୍ଟ ପେପର ମିଲ୍‌ର ଗେଟରେ ତାଲା ପକାଇ ଧାରଣା ବସିଥିଲେ ଶତାଧିକ ଶ୍ରମିକ। ଯେତେବେଳେ ଯାଏ ଦାବି ପୂରଣ ହେବନି ସେତେବ‌େଳ ଯାଏ ଧାରଣାରୁ ଉଠିବୁନି ବୋଲି ଜିଦରେ ଅଡି ବସିଥିଲେ। ପରେ ବୁଝାଇବାକୁ ଆସି ହଟାହଟା ହୋଇଛନ୍ତି ବିଲ୍ଟ ପେପରମିଲର ୟୁନିଟ ମୁଖ୍ୟ ଜେ.ଏନ.ନାଥାନି ଓ ମାନବ ସମ୍ବଳ ମୁଖ୍ୟ ରମେଶ ଯାଦବ। ସକାଳ ୭ଟାରୁ ୧୧ଟା ଯାଏ ଦୀର୍ଘ ୪ ଘଣ୍ଟା କାଳ ଶ୍ରମିକଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ହଟହଟା ହୋଇଥିଲେ। ପରେ ଶ୍ରମିକଙ୍କ ସ୍ବର ଶାଣିତ ହେବାରୁ ସେଠାରୁ ଛାଡି ପଳାଇଥିଲେ। ତେବେ ବନ୍ଦ ପଡିଥିବା ବିଲ୍ଟ ପେପର ମିଲରେ କତ୍ତୃପକ୍ଷଙ୍କ ମନମାନିକୁ ବିରୋଧ କରି ଧାରଣାରେ ବସି ରହିଥିଲେ ଶ୍ରମିକ ଓ ଶ୍ରମିକ ନେତା। ଶ୍ରମିକଙ୍କ ପ୍ରତି ପାତର ଅନ୍ତର କରାଯାଇଥିବା ଅଭିଯୋଗ ଆସିଥିବାରୁ ଏହାକୁ ଗୁରୁତର ନେଇ ଶ୍ରମିକମାନେ ପ୍ରତିବାଦ କରିଥିଲେ। ୨୨ ମାସର ବକେୟା ଦରମା ଓ ସବୁ ଶ୍ରମିକଙ୍କୁ ସମାନ କାମ ନ୍ୟାୟ ଦାବିରେ ସକାଳୁ ବିଲ୍ଟର ସମ୍ମୁଖ ଗେଟରେ ତାଲା ପକାଇଛନ୍ତି ଶ୍ରମିକ ।

ଏନେଇ ସୁରେଶ କୁମାର କହିଛନ୍ତି ଯେ କୋଭିଡ୍ ପୂର୍ବରୁ ମିଲ ଖୋଲିବ ବୋଲି କୁହାଯାଉଥିଲା । କିନ୍ତୁ ଏହାକୁ ଆଳ କରି ଏହାକୁ ବନ୍ଦ କରାଗଲା । ଚଳିତମାସ ପହିଲାରୁ ଏହି ମିଲ ଆରମ୍ଭ ହୋଇଥିବା କୁହାଯାଉଥିବାବେଳେ ମିଲରେ ରହିଥିବା ତିନିଟି ୟୁନିୟନରେ ରହିଥିବା ୮୦୦ରୁ ଅଧିକ ଶ୍ରମିକଙ୍କୁ କାର୍ଯ୍ୟରୁ ବାଦ ଦିଆଯାଇଛି । ଏକ ନିର୍ଦ୍ଧିଷ୍ଟ ୟନିୟନର କିଛି କର୍ମଚାରୀ ମିଲକୁ ପ୍ରତିଦିନ କାର୍ଯ୍ୟ କରି ଅର୍ଥ ନେଉଥିବା ଜଣାପଡିଛି। କର୍ତ୍ତୃପକ୍ଷ ଆମ ପ୍ରତି ଅନ୍ତରପାନ୍ତର କରିଥିବା ସେ ଅଭିଯୋଗ କରିବା ସହ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ମିଲରେ ସବୁ ଶ୍ରମିକ ସମାନ ହୋଇଥିବାବେଳେ କାହିଁକି କିଛି ନିର୍ଦ୍ଦିଷ୍ଟ ୟୁନିୟନର ଅବସରପ୍ରାପ୍ତ କର୍ମଚାରୀଙ୍କୁ କାମ କରିବାକୁ ସୁଯୋଗ ଦିଆ ଗଲା, ଆମକୁ କାହିଁକି କାମ ଦିଆଗଲା ନାହିଁ ଏହି ପ୍ରଶ୍ନର ଆଜି ଉତ୍ତର ମାଗିଥିଲେ ୟୁନିଟ ମୁଖ୍ୟ ଓମାନବ ସମ୍ଭଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ। ଯେତେବେଳ ଯାଏ କମ୍ପାନୀ ଆମକୁ ଆମ ପ୍ରାପ୍ୟ ଓ ଅଧିକାର ଦେବନି ସେତେବେଳେ ଯାଏ ଆମେ ଗେଟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସେ କହିଛନ୍ତି ।

publive-image

ଏନେଇ ବଂଶୀଧର ମହାକୁଡ କହିଛନ୍ତି ଯେ ଦୀର୍ଘ ଦିନ ହେବ ପେପରମିଲ ବନ୍ଦ ରହିଥିବାବେଳେ କାହିଁକି କିଛି କର୍ମଚାରୀଙ୍କୁ ନେଇ କମ୍ପାନି କାମ କରୁଛି । ଯଦି କମ୍ପାନୀ ଚଳାଇବାକୁ ଚାହୁଁଛି ତେବେ ସବୁ କର୍ମଚାରୀଙ୍କୁ କାହିଁକି ନିୟୋଜନ କରୁ ନାହିଁ । ଏନେଇ ୭ଟି ନୋଟିସରେ କମ୍ପାନୀ ପରିସରକୁ ସାନିଟାଇଜ କରିବା ସହ କର୍ମଚାରୀଙ୍କ ଜୀବନକୁ କିପରି ବିପଦ ଆସିବନି ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ କାହିଁକି କିଛି ନିର୍ଦ୍ଦିଷ୍ଟ ସଂଘର କର୍ମକର୍ତ୍ତା ଅବସର ନେଇଥିଲେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି । ଆମେ ଗରିବ ଶ୍ରେଣୀୟ ହୋଇଥିବାବେଳେ ଆମକୁ କୌଣସି ସହାୟତା ମିଳି ପାରି ନଥିଲା । କମ୍ପାନି ନିକଟରେ ସବୁ ସଂଘର କର୍ମଚାରୀ ଓ ଶ୍ରମିକ ସମାନ ହୋଇଥିବାବେଳେ କାହିଁକି ଆମ ପ୍ରତି ଅବଚାର କରାଗଲା ତାହାର ନ୍ୟାୟ ଦାବିରେ ଧାରଣାରେ ବସିଛୁ । ଯେତେବେଳ ଯାଏ ଆମକୁ ଆମର ପ୍ରାପ୍ୟ ମିଳିନି ଓ ଆମକୁ ନ୍ୟାୟ ପ୍ରଦାନ କରାଯାଇ ନାହିଁ ସେତେବେଳ ଯାଏ ଆମେ ଧାରଣାରେ ବସିବୁ। ଯଦି କମ୍ପାନି କାମ କଥା ବୁଝିବନି ତେବେ ଆସନ୍ତା ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ ପୂର୍ବରୁ କର୍ମଚାରୀମାନେ ୯ଦଫା ଦାବି ନେଇ ପ୍ରଶାସନକୁ ଜଣାଇଥିଲେ । ଏହି ଦାବି ମଧ୍ୟରେ ଜାନୁଆରି ୨୦୧୭ରୁ ମେ ୨୦୧୭ ଯାଏ ବାକି  ରହିଥିବା ପୁରୁଣା ଦରମା ପ୍ରଦାନ, ଜୁଲାଇ ୨୦୧୮ରୁ ମେ ମାସ ୨୦୨୦ ଯାଏ କଟାଯାଇଥିବା ଦରମା, ଜୁନ ୨୦୨୦ରୁ ଜାରି ହୋଇଥିବା ନୂଆ ଦରମା ଲାଗୁ, ମେଡିକାଲ ଭତ୍ତା ପ୍ରଦାନ, ୨୦୧୬ରୁ ଉଠାଯାଇଥିବା ଛୁଟିକୁ ପୁନଃଯୋଗାଣ, କର୍ମଚାରୀଙ୍କ ପିଲାଛୁଆଙ୍କୁ ସ୍କୋଲାରସିପ, ୨୦୧୬ରୁ ଓଭର ଟାଇମ କରିଥିବା ବକେୟା ଦରମା ପ୍ରଦାନ, ୨୦୧୮, ୨୦୧୯ ଓ ୨୦୨୦ ବର୍ଷରେ ଅବସର ନେଇଥିବା କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଇତ୍ୟାଦି ରହିଛି । ୨୦୧୭ ସିମହା ମେ ୩୦ରେ କମ୍ପାନିର ପରିଚାଳନା କମିଟି ସହ ଚୁକ୍ତି କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୮ ମସିହାରୁ ମିଲର ଆର୍ଥିକ ସ୍ଥିତି ଠିକ ନଥିବାରୁ କ୍ଷତି ଚାଲିଥିବାର କାରଣ ଦର୍ଶାଇ ମିଲକୁ ବନ୍ଦ କରିବାକୁ ନୋଟିସ ମାରିଥିଲେ କମ୍ପାନି।  କିଛି ଦିନ ମିଲ ଚାଲିବା ପରେ ଗତ ୨୦୧୯ ଏପ୍ରିଲ ରୁ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି ମିଲ କର୍ତ୍ତୃପକ୍ଷ । ଏଭଳି ସ୍ଥିତିରେ ବିଲଟ ପେପର ମିଲରେ କାମ କରୁଥିବା ସ୍ଥାୟୀ କର୍ମଚାରୀ ୪୧୭ ଓ ପ୍ରାୟ ୧୧୦୦ ଜଣ ଅସ୍ଥାୟୀ କର୍ମଚାରୀ ଦରମା ନପାଇ ବେଶ ପ୍ରଭାବିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe