ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲା : ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ

ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲା : ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ

YouTube

କୋରାପୁଟ/ଜୟପୁର : ଜୟପୁର ସଦର ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହା ଆତ୍ମହତ୍ୟା ନୁହେଁ; ହତ୍ୟା କରାଯାଇଛି ଆଜି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏପଟେ ଏହି ସମ୍ବେଦନଶୀଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ରାଜସ୍ଥାନର ଗୋପାଳ ରାମ ନାମକ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ୩୦ ତାରିଖ ଭୋର ସମୟରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। କିନ୍ତୁ ହାଜତ ଭିତରେ ଏହି ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେବା ସହ ପୁଲିସର ଭୂମିକା ନେଇ ପ୍ରଶ୍ନ ଉଠିଥିଲା। ଆଜି ଏଥିନେଇ ମୁହଁ ଖୋଲିଛନ୍ତି ମୃତକଙ୍କ ସଂପର୍କୀୟ। ସଂପର୍କୀୟଙ୍କ କହିବା ଅନୁଯାୟୀ, ପୁଲିସ ସୁରକ୍ଷା ଭିତରେ ଥାଇ ଜଣେ ଲୋକ ଆତ୍ମହତ୍ୟା କରିବା ବିଶ୍ବାସ କରି ହେଉନି। ବରଂ ପୁଲିସ ନିଜ ଦୋଷ ଘୋଡ଼ାଇବା ପାଇଁ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ଅପରପକ୍ଷରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଆଜି ଜୟପୁର ଏସ୍‌ଡିଜେଏମ୍‌ କୋରାପୁଟ ମେଡିକାଲ କଲେଜକୁ ଯାଇ ମୃତଦେହ ଦେଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ ଘଟଣାର ତଦନ୍ତ କରୁଛନ୍ତି। ଆଜି ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ବ୍ୟବଚ୍ଛେଦ ହୋଇଥିଲା ବେଳେ ଏହାର ଭିଡିଓ ରେକର୍ଡିଂ ମଧ୍ୟ ହୋଇଛି। ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ମୃତଦେହ ନେଇ ରାଜସ୍ଥାନ ‌ଫେରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe