ରାଜ୍ୟରେ ପ୍ରଥମ: ଜୟପୁର ଉପଖଣ୍ଡ କାରାଗାରରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଦିଆଗଲା ଏଫଏମ୍ ରେଡିଓ

ଭିଡିଓ କଲରେ ପରିବାରବର୍ଗଙ୍କ ସହ ସାକ୍ଷାତ କରିବେ କଏଦୀ

ରାଜ୍ୟରେ ପ୍ରଥମ: ଜୟପୁର ଉପଖଣ୍ଡ କାରାଗାରରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଦିଆଗଲା ଏଫଏମ୍ ରେଡିଓ

ଜୟପୁର: ଜୟପୁର ଉପଖଣ୍ଡ କାରାଗାରରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଏଫଏମ୍ ରେଡିଓର ବ୍ୟବସ୍ଥା ସହ ହ୍ଵାଟ୍ସଆପ ଭିଡିଓ କଲରେ ପରିବାରବର୍ଗଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଛି। ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟୟଙ୍କ ନିର୍ଦେଶରେ ଏହି ଦୁଇ ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୟପୁର ଉପଖଣ୍ଡ କାରାଗାରର ଅଧିକ୍ଷକ ଲଳିତେନ୍ଦୁ ଭୁଷଣ ଦାଶ।

ପୂର୍ବରୁ ଜେଲ ପରିସରରେ ଅନ୍ତେବାସୀଙ୍କୁ ଡାକିବା କିମ୍ବା ସୂଚନା ଦେବା ପାଇଁ ଲାଗିଥିବା ସ୍ପିକରକୁ କାମରେ ଲଗାଯାଉଥିଲା। ଏବେ ଗୋଟିଏ ରେଡିଓ ଲଗାଯାଇ ଏଥିରେ ଏଫଏମ୍ ରେଡିଓ ଚ୍ୟାନେଲ ଲଗାଯାଉଛି। ଏଫଏମରୁ ପ୍ରସାରିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ସ୍ଥାନୀୟ ଭାଷାରେ ଆସୁଥିବା କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଗୀତ ଆଦିକୁ ସ୍ପିକର ମାଧ୍ୟମରେ ସମସ୍ତ ଅନ୍ତେବାସୀଙ୍କୁ ଶୁଣାଇବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜୟପୁର ଉପଖଣ୍ଡ କାରାଗାରର ଅଧିକ୍ଷକ ଶ୍ରୀ ଦାଶ।

publive-image

ଏହା ସହ ଯେଉଁ ଅନ୍ତେବାସୀ କଏଦୀଙ୍କ ସଂପର୍କୀୟ ମାନେ କୌଣସି କାରଣରୁ ଜେଲକୁ ଭେଟିବାକୁ ଆସି ପାରୁନାହାନ୍ତି , ସେମାନଙ୍କ ପାଇଁ ହ୍ଵାଟ୍ସଆପ ଭିଡିଓ କଲ୍ ମାଧ୍ୟମରେ ସ୍ବତନ୍ତ୍ର ଭିଡିଓ କନଫେରନସିଂରେ କଥାବାର୍ତ୍ତାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଅଧିକ୍ଷକ ଶ୍ରୀ ଦାଶ। ଜେଲ ପରିସରରେ ଥିବା କମ୍ପ୍ୟୁଟର ସହ ହ୍ଵାଟ୍ସଆପ ଭିଡିଓ କଲକୁ ସଂଯୋଗ କରାଯାଇଛି । କମ୍ପ୍ୟୁଟରରେ ଲାଗିଥିବା କ୍ୟାମେରାରେ ପରିବାରବର୍ଗ ଅନ୍ତେବାସୀଙ୍କୁ ଦେଖି କଥାବାର୍ତ୍ତା କରି ପାରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଅଧିକ୍ଷକ ଶ୍ରୀ ଦାଶ। ଏହା ରାଜ୍ୟର ପ୍ରଥମ ଜେଲ ଯେଉଁଠା‌ରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe