ସାରଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ, ମନ୍ଦିର ଓ ଦେବୀପୀଠରେ ୧୪୪ ଧାରା

Advertisment
୫-ଟି ସଚିବଙ୍କ ଗସ୍ତ ପରେ, ଧିମେଇଗଲା ଶାରଳା ମନ୍ଦିର ଉନ୍ନତୀକରଣ କାର୍ଯ୍ୟ

Mandirmandir

ଜଗତସିଂହପୁର ଟାଉନ୍ : ମା' ସାରଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଉପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ଧର୍ମାନୁଷ୍ଠାନମାନଙ୍କରେ ୧୪୪ ଧାରା ଲାଗୁ କରିଛନ୍ତି। ଫଳରେ, ପଣାସଂକ୍ରାନ୍ତିରେ କେଉଁ ଆଦିମ କାଳରୁ ଚାଲିଆସୁଥିବା ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ ହୋଇଛି। ଆଜି ଜିଲ୍ଲାପାଳ ଚିଠି ମାଧ୍ୟମରେ ତିର୍ତ୍ତୋଲ ତହସିଲଦାରଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରମୁଖ ପର୍ବପର୍ବାଣୀ ଭିତରୁ ଶାରଳାଙ୍କ ଝାମୁଯାତ୍ରା ପ୍ରସିଦ୍ଧ। ଓଡ଼ିଆ ନବବର୍ଷରେ ମା'ଙ୍କୁ ଦର୍ଶନ କରିବା ସହ ଝାମୁଯାତ୍ରା ଦେଖିବାକୁ ଓଡ଼ିଶାର କୋଣଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଆସନ୍ତା ସୋମବାର ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି। ଏହି ଦିନରେ ପ୍ରଥା ଅନୁଯାୟୀ ନୀତିକାନ୍ତି ପରେ ମା'ଙ୍କ ଚଳନ୍ତି ପ୍ରତିମା(ବିଜେ ପ୍ରତିମା)ଙ୍କୁ ଶୋଭାଯାତ୍ରାରେ ମନ୍ଦିରରୁ ୧ କିମି ଦୂରରେ ଅବସ୍ଥିତ ପ୍ରାଚୀନ ପୀଠସ୍ଥଳୀ ବଡ଼ ସାରୋଳ ଗ୍ରାମର ଲଣ୍ତା ଦେଉଳ ଝାମୁ ଯାତ୍ରାପଡ଼ିଆକୁ ନିଆଯାଇଥାଏ। ସେଠାରୁ ଆସିବାପରେ ମନ୍ଦିର ସମ୍ମୁଖରେ ୧୨ ଫୁଟ ଲମ୍ବ ଓ ୨ ଫୁଟ ଓସାରର ଗାଡ଼ କରାଯାଇ ସେଥିରେ ଅଗ୍ନି ସଂଯୋଗ କରାଯାଇ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ।

ସାରଳାଙ୍କ ମନ୍ଦିର ସମେତ ବାଲିକୁଦାର ପରାହାଟ ଭଗବତୀଙ୍କ ମନ୍ଦିର, ପାରାଦୀପ ରାମଘାଟ ହନୁମାନ ମନ୍ଦିର, ପାରାଦୀପ ତାରିଣୀ ମନ୍ଦିର, ଷଣ୍ଢକୁଳ କାଳୀ ମନ୍ଦିର, ନାଉଗାଁ ବ୍ଲକ୍ ଗାରୋଇ ଜଗନ୍ନାଥ ମନ୍ଦିର, ବିରିଡ଼ି ଧ୍ୟାନକୁଦ ମନ୍ଦିର ସମେତ ଜିଲ୍ଲାର ସମସ୍ତ ଦେବାବେଦୀ ପୀଠ ଓ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ସମସ୍ତ ସାମାଜିକ ପର୍ବପର୍ବାଣୀ ଉପରେ କଟକଣା ଜାରି କରାଯାଇଛି। ଏହି ସବୁ ସ୍ଥାନମାନଙ୍କରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହଁ। ଏଭଳି ସ୍ଥିତିରେ କିନ୍ତୁ ପୀଠକୁ ଭକ୍ତଙ୍କ ଯିବା ଆସିବା ବନ୍ଦ ହୋଇଯାଇଥିବାରୁ ରାଉଳମାନେ ଏବେ ଘର ଚଳାଇବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe