ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନରେ ଥିବା ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଜନୈକ ସରକାରୀ ଦେଶୀମଦ ଭାଟି ମାଲିକଙ୍କ ଠାରୁ ୯ହଜାର ଟଙ୍କାର ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି।
ବାଲେଶ୍ବର ଡିଭିଜନ୍ ଭିଜିଲାନ୍ସ ଡିଏସ୍ପି ସନ୍ତୋଷ କୁମାର ସାମନ୍ତରାୟ ଦଳବଳ ସହ ପହଞ୍ଚି ରାତି ପ୍ରାୟ ୮ଟାରେ ଝରାଡିହି ଫାଣ୍ଡିରେ ଚଢଉ କରି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରିଙ୍କ ଠାରୁ ରଙ୍ଗବୋଳା ୯ ହଜାର ଲାଞ୍ଚ ଟଙ୍କା ସହିତ ଧରିଥିଲେ। ତେବେ ଝରାଡିହି(ମଝିଗାଁ)ରେ ଥିବା ସରକାରୀ ମଦଭାଟି ମାଲିକ ତମ୍ବ୍ରାୟ ମାହାଲିଙ୍କୁ ଧମକ ଚମକ ଦେଇ ବାରମ୍ବାର ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ସେ ବାଲେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଏବଂ ୩ହଜାର ଟଙ୍କା ଲେଖାଏଁ ୩ମାସର ମୋଟ ୯ହଜାର ଟଙ୍କାର ଲାଞ୍ଚ ଦିଆଯିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।
Follow Us