ଝରାଫୁଲ ହତ୍ୟା ଘଟଣା : ଜାମିନ ପାଇଁ ଆବେଦନ କଲା ରାକେଶ

ଅମରେଶକୁ ରିମାଣ୍ଡରେ ଆଣିବାର ଯୋଜନା ନାହିଁ: ଏସ୍‌ଡିପିଓ

ଝରାଫୁଲ ହତ୍ୟା ଘଟଣା : ଜାମିନ ପାଇଁ ଆବେଦନ କଲା ରାକେଶ

ଯାଜପୁରସଦର/ରସୁଲପୁର : ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ଜାମିନ୍‌ ଆବେଦନ କରାଯାଇଛି। ଏହି ମାମଲାରେ ଗିରଫ ହେବାର ଦୀର୍ଘ ଅଢ଼େଇ ମାସର ବ୍ୟବଧାନ ପରେ ରାକେଶଙ୍କ ତରଫରୁ ଯାଜପୁର ଜିଲ୍ଲା କୋର୍ଟରେ ଜାମିିନ ଆବେଦନ କରାଯାଇବା ପବ୍ଲିକ୍‌ ପ୍ରସିକ୍ୟୁଟର ସମରେନ୍ଦ୍ର ଦାସ କହିଛନ୍ତି। ଝରାଫୁଲ ହତ୍ୟା ଘଟଣାରେ ରାକେଶ ଏବଂ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଶକ୍ତିଶେଖର ସ୍ବାଇଁ ଓରଫ ଶେଖର ଏବେ ବି ଫେରାର ଅଛି।

ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି। ତେବେ ହତ୍ୟାର କାରଣ ସଂପର୍କରେ ‌ପୁଲିସ ଏଯାଏଁ କୌଣସି ସ୍ପଷ୍ଟ ମତ ରଖୁନି। ଯାହାକି ମାମଲାକୁ ରହସ୍ୟାବୃତ୍ତ କରି ରଖିଛି। ଶେଖର ଧରାପଡ଼ିଲେ ଝରାଫୁଲ ହତ୍ୟା ପଛର କାରଣ ପଦାକୁ ଆସିବ ବୋଲି ପୁଲିସ ଆଶା ରଖିଛି। ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଶେଖରକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ଯାଜପୁର ଏସ୍‌ପି ରାହୁଲ ପିଆର କହିଛନ୍ତି ।

ସୂଚନା ଅନୁସାରେ ଜାନୁଆରି ୨୭ ତାରିଖରେ କୁଆଖିଆ ଥାନା ରାଜେନ୍ଦ୍ରପୁର ରାସ୍ତାକଡ଼ରୁ ଝରାଫୁଲଙ୍କ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୨୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା। ଝରାଫୁଲଙ୍କ ମୃତଦେହ ଫିଙ୍ଗିବାରେ ସହଯୋଗ କରିଥିବା ଶେଖରକୁ ଧରିବା ପାଇଁ ଯାଜପୁର ପୁଲିସ ଓ କମିସନରେଟ୍‌ ପୁଲିସର ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଛନ୍ତି। ଖୁବଶୀଘ୍ର ସେ ପୁଲିସ ପଞ୍ଝାକୁ ଆସି ବୋଲି କୁହାଯାଉଛି। ରାକେଶ ଏବଂ ଝରାଫୁଲଙ୍କ ପାଇଁ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିବା ଅମରେଶକୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଊର। ଅମରେଶକୁ ରିମାଣ୍ଡରେ ଆଣିବା ପାଇଁ କୌଣସି ଯୋଜନା ନାହିଁ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓ ଚିନ୍ମୟ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe