ଝରାଫୁଲ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର

Advertisment

କୋର୍ଟରେ ଉପସ୍ଥିତ ଥିଲେ ଝରାଫୁଲଙ୍କ ପିତା

କୋର୍ଟରେ ଉପସ୍ଥିତ ଥିଲେ ଝରାଫୁଲଙ୍କ ପିତା

ପ୍ରେମ ପାଇଁ ଗଡ଼ୁଛି ମୁଣ୍ଡ: ଝରାଫୁଲଠୁ ସୁରେଖା ଯାଏ...

ଯାଜପୁରସଦର : ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାରେ ଗିରଫ ୩ଜଣ ଅଭିଯୁକ୍ତଙ୍କ ଆଜି ଜାମିନ ଆବେଦନର ଶୁଣାଣି ଥିଲା। ମାନ୍ୟବର ଯାଜପୁର ଜିଲ୍ଲାଜଜ୍‌ ଶ୍ରୀକାନ୍ତ ମିଶ୍ର ଦୁଇ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ଏବଂ ଶକ୍ତିଶେଖର ସ୍ବାଇଁଙ୍କ ଜାମିନ୍‌ ଆବେଦନକୁ ନାମଞ୍ଜୁର କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କ ଜାମିନ ଆବେଦନ ଉପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିନଥିବା ସରକାରୀ ଓକିଲ ସମରେନ୍ଦ୍ର ଦାସ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗାଡ଼ି କିଣିବାକୁ ଧାର ନେଇଥିବା ୩୦ ହଜାର ଟଙ୍କା ମାଗିବାରୁ ଝରାଫୁଲଙ୍କୁ ପ୍ରେମିକ ରାକେଶ ସ୍ବାଇଁ ଯୋଜନାବଦ୍ଧ ଭାବେ ଗତ ଜାନୁଆରି ୨୬ ତାରିଖରେ ଭୁବନେଶ୍ବର ଶିବସାଇ ଗେଷ୍ଟ ହାଉସ୍‌ରେ ନିଶାଦେଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ଅଭିଯୁକ୍ତ ରାକେଶ ଏବଂ ଶକ୍ତିଶେଖର ସ୍ବାଇଁ ଏକ ସ୍କୁଟରରେ ଝରାଫୁଲଙ୍କ ଶବକୁ ଆଣି କୁଆଖିଆ ଥାନା ଅଞ୍ଚଳରେ ଜାନୁଆରି ୨୭ ତାରିଖ ଦିନ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଶକ୍ତିଶେଖର ସ୍ବାଇଁଙ୍କୁ ଗିରଫ ପରେ ଘଟଣା ଉପରୁ ପୁଲିସ ପରଦା ହଟାଇଥିଲା। ଆଜି ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ଜିଲ୍ଲାଜଜ୍‌ଙ୍କ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଉପସ୍ଥିତ ଥିଲେ। ତାଙ୍କ ଝିଅଙ୍କୁ ଟଙ୍କା ପାଇଁ ଅଭିଯୁକ୍ତମାନେ ହତ୍ୟା କରିଛନ୍ତି। ଏଭଳି ଅପରାଧୀଙ୍କୁ ଜାମିନ୍‌ ଦେବା ଉଚିତ ନୁହେଁ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ। ମାନ୍ୟବର ଜିଲ୍ଲା ଜଜ୍ ଶୀକାନ୍ତ ମିଶ୍ର ପୁଲିସ ଦ୍ବାରା ପ୍ରଦତ୍ତ ପ୍ରମାଣ,କାଗଜପତ୍ର ଯାଞ୍ଚ କରିବା ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ, ଶକ୍ତି ଶେଖର ସ୍ବାଇଁଙ୍କ ଜାମିନକୁ ନାମଞ୍ଜୁର କରିଥିବା ପବ୍ଲିକ ପ୍ରୋସିକ୍ୟୁଟର ସମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କ ସଂପର୍କରେ କୋର୍ଟଙ୍କ ନିର୍ଦ୍ଦେଶ ଆସି ନଥିବା ପିପି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe