ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ହଡ଼ପ ଘଟଣା: ତଦନ୍ତ ସରିଛି, କାର୍ଯ୍ୟାନୁଷ୍ଠାନ ହେଉନି

Advertisment
ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ହଡ଼ପ ଘଟଣା: ତଦନ୍ତ ସରିଛି, କାର୍ଯ୍ୟାନୁଷ୍ଠାନ ହେଉନି

ନୂଆପଡ଼ା/ସିନାପାଲି: ସିନାପାଲି ବ୍ଲକ୍‌ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଓ ଅନ୍ତୋଦୟ ଚାଉଳ ହଡ଼ପ ଘଟଣାର ପ୍ରା‌ଶାସନିକ ତଦନ୍ତ ଶେଷ ହୋଇଛି। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦଳିତ ଅଧିକାର ମଞ୍ଚ ଓ ଗରିବ ସେନାର କର୍ମକର୍ତ୍ତା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି।

ଶୁକ୍ରବାର ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ତି ଉକ୍ତ ପଞ୍ଚାୟତର ନାଗଝର ଗ୍ରାମକୁ ଯାଇ ଚାଉଳ ହଡ଼ପ ଘଟଣାରେ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଶାସନ ଉଚିତ ପଦକ୍ଷେପ ନନେବାରୁ ଆସନ୍ତା ୨ ତାରିଖ ଦିନ ମଞ୍ଚ ତରଫରୁ ବ୍ଲକ୍‌ ଅଫିସ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଗରିବ ସେନା ସଭାପତି ରବି ମଙ୍ଗରାଜ ମଧ୍ୟ ଅନୁରୂପ ଭାବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ସେ ଶନିବାର ନୂଆପଡ଼ା ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ସଂପୃକ୍ତ ପଞ୍ଚାୟତବାସୀଙ୍କୁ ନ୍ୟାୟ ନମିଳିଲେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସେ ମଧ୍ୟ ଧମକ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଝାରବନ୍ଧ ପଞ୍ଚାୟତର ଚାଉଳ ହଡ଼ପ ଘଟଣାର ତଦନ୍ତ ହେବାର ପାଞ୍ଚ ଦିନ ବିତି ସାରିଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବ୍ଲକ୍‌ ପ୍ରଶାସନ ପ୍ରତି ସନ୍ଦେହ ଘନୀଭୂତ ହେଉଛି। ବ୍ଲକ ପ୍ରଶାସନ ମଧ୍ୟ ସମୟ ଗଡ଼ାଇ ଦୋଷୀମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe