ଦୁଧିଆଣି ବନାଞ୍ଚଳକୁ ପୁଣି ଫେରିଲେ ଝାଡ଼ଖଣ୍ଡୀ ହାତୀପଲ

Advertisment
ଦୁଧିଆଣି ବନାଞ୍ଚଳକୁ ପୁଣି ଫେରିଲେ ଝାଡ଼ଖଣ୍ଡୀ ହାତୀପଲ

ସିଙ୍ଗଡ଼ା: କରଞ୍ଜିଆ ବନଖଣ୍ଡରୁ ବନବିଭାଗ ଗତ ୨୭ ତାରିଖରେ ଝାଡ଼ଖଣ୍ଡୀ ହାତୀପଲଙ୍କୁ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳକୁ ତଡ଼ିଦେଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୮ଟି ହାତୀ ଥିବା ହାତୀପଲ ଗତକାଲି ପୁଣି କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛି। ବର୍ତ୍ତମାନ ସେମାନେ ମତ୍ତା ନିକଟରେ ଥିବା ଜଙ୍ଗଲରେ ରହୁଥିବା ଜଣାପଡ଼ିଛି। ହାତୀପଲ ଫେରିବା ପରେ ଦରି, ମତ୍ତା, ଡୁମୁରିଆ, କାଠ କରଞ୍ଜିଆ ପ୍ରଭୃତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅପରାହ୍ନରୁ ସେମାନେ ଘର ଓ ଚାଷଜମିକୁ ଜଗି ରହୁଛନ୍ତି।

ସୂଚନାଯୋଗ୍ୟ, ଦରି ଅଞ୍ଚଳର ଗୌତମ ନାଏକଙ୍କୁ ଫେବ୍ରୁଆରି ୩ ତାରିଖରେ ଏହି ହାତୀପଲ କଚାଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ହାତୀ ଦ୍ବାରା ଯେମିତି କୌଣସି ଧନଜୀବନ ନଷ୍ଟ ନହୁଏ, ସେଥିପ୍ରତି ସଜାଗ ରହିଥିବା ପାଇଁ ସହକର୍ମୀଙ୍କ ସହ ଗଜସାଥୀଙ୍କୁ କହିଛନ୍ତି। ହାତୀମାନେ ଥିବା ଜଙ୍ଗଲ ମଧ୍ୟକୁ ପତ୍ର ତୋଳିବାକୁ, କାଠ କାଟିବାକୁ ଯେପରି କେହି ନ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe