ଠକେଇ ଅଭିଯୁକ୍ତ ଘରେ ନୋଟିସ ଲଗାଇଲା ଝାଡ଼ଖଣ୍ଡ ପୁଲିସ

Advertisment
ଠକେଇ ଅଭିଯୁକ୍ତ ଘରେ ନୋଟିସ ଲଗାଇଲା ଝାଡ଼ଖଣ୍ଡ ପୁଲିସ

ଯାଜପୁରସଦର: ଝାଡ଼ଖଣ୍ଡରୁ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର୍ ଥିବା ଅଭି​ଯୁକ୍ତ ଘରେ ନୋଟିସ ଲଗାଇଛି ଝାଡ଼ଖଣ୍ଡ ପୁଲିସ। ଅନ୍ୟପଟେ ଠକେଇର ଶିକାର ଲୋକମାନେ ନିଜର ଟଙ୍କା ଫେରସ୍ତ ପାଇଁ ଆଇନର ଆଶ୍ରୟ ନେଇଛନ୍ତି।

ପୁଲିସ ସୂଚନା ଅନୁସାରେ ଯାଜପୁର ଟାଉନ ଥାନା କପାସି ଗ୍ରାମର ପ୍ରଦୀପ କୁମାର ରାଉତ  ୨୦୧୬ ରେ ଝାଡ଼ଖଣ୍ଡର ପୀଠରିଆ ଥାନା ଅଞ୍ଚଳରେ ରହିବା ସହ ସେଠାରେ ଋଣ ପ୍ରଦାନକାରୀ ସଂସ୍ଥା ଖୋଲିଥିଲେ। ସେହି ଆଳରେ ସେଠାର ଲୋକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଇ ଫେରାର ହୋଇଯାଇଥିଲେ। ପରେ ଅଭିଯୋଗକୁ ଭିତ୍ତି କରି ପୁଲିସ ଏନେଇ ୧୧/୧୬ରେ ମାମଲା ରୁଜୁ କରିଥିଲା। ସେବେଠାରୁ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ପତ୍ତା ପାଇପାରୁନାହିଁ। ଶେଷରେ ଏହି ମାମଳାରେ ପିଠରିଆ ପୁଲିସ ଏଏସଆଇ ବିନୟ କୁମାର ରାମ ତଦନ୍ତ ପାଇଁ ଯାଜପୁର ଆସିଛନ୍ତି। ଟାଉନ ଥାନା ପୁଲିସ ଏଏସଆଇ ନନ୍ଦ କିଶୋର ଦାସଙ୍କ ସହଯୋଗରେ ସେ ଅଭିଯୁକ୍ତଙ୍କ ଘରକୁ ଯାଇ କୋର୍ଟ ନୋଟିସ ଲଗାଇଛନ୍ତି। ପ୍ରଦୀପ କୁମାର ରାଉତ ଯାଜପୁରର ବିଭିନ୍ନ ଅଞ୍ଚଳରୁ ଅନେକ ଲୋକଙ୍କଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe