ଯଶିପୁର: ଝାଡ଼ଖଣ୍ଡ ପୁଲିସର ଚଢ଼ାଉ,ନଗଦ ୧୪ ଲକ୍ଷ ଟଙ୍କା ସହିତ ବହୁ ପରିମାଣର ବନ୍ୟଜନ୍ତୁ ଛାଲ, ଦାନ୍ତ, ନଖ ଓ ହାଡ଼ ଜବତ

Advertisment
ଯଶିପୁର: ଝାଡ଼ଖଣ୍ଡ ପୁଲିସର ଚଢ଼ାଉ,ନଗଦ ୧୪ ଲକ୍ଷ ଟଙ୍କା ସହିତ ବହୁ ପରିମାଣର ବନ୍ୟଜନ୍ତୁ ଛାଲ, ଦାନ୍ତ, ନଖ ଓ ହାଡ଼ ଜବତ

ଯଶିପୁର: ଚେର ଲମ୍ବିଛି ଓଡ଼ିଶାରୁ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଦେଇ ନେପାଳ। ସେଠାରୁ ପୁଣି ଚାଇନାକୁ ଲମ୍ବିଛି ଚେର। ଏକ ସୁନିୟନ୍ତ୍ରିତ ର‍୍ୟକେଟ ସାହାଯ୍ୟରେ ଚାଲିଛି ବନ୍ୟଜନ୍ତୁ ସାମଗ୍ରୀର ଚୋରା ଚାଲାଣ। ଏହି ପରି ଏକ ଘଟଣା କ୍ରମରେ ଓଡ଼ିଶା ପୁଲିସକୁ ଭୁଆଁ ବୁଲାଇ ବନ୍ୟ ଜନ୍ତୁଙ୍କ ହାଡ଼ ଚମଡ଼ା, ସିଙ୍ଗ ଠାରୁ ଆରମ୍ଭ କରି ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଦମ୍‌ପୁର ଗାଁର ଅବ୍‌ଦୁଲ ମଜିଦଙ୍କ ଘରେ ଚଢ଼ାଉ କରିଛି ଝାଡ଼ଖଣ୍ଡ ପୁଲିସ। ଘଟଣାସ୍ଥଳରୁ ଅବଦୁଲ ଫେରାର ହୋଇ ଯାଇଥିବା ବେଳେ ପୁଲିସ ତାଙ୍କ ଘରୁ ନଗଦ ୧୪ ଲକ୍ଷ ୭ ହଜାର ନଗଦ ଟଙ୍କା ସହିତ ବିପୁଳ ପରିମାଣର ବନ୍ୟ ଜନ୍ତୁଙ୍କ ହାଡ଼, ନଖ, ସିଙ୍ଗ ଓ ଅନ୍ୟାନ୍ୟ ଦେହାବଶେଷ ଜବତ କରିଛି।

publive-image file photo

ଆଜି ସକାଳୁ ସକାଳୁ ଝାଡ଼ଖଣ୍ଡ ରାଜ୍ୟର ଜଣେ ଡିଏସପି ଓ ଦୁଇଝଣ ଇନସପେକ୍ଟରଙ୍କ ନେତୃତ୍ୱରେ ୮ ଗାଡ଼ିରେ ଝାଡ଼ଖଣ୍ଡର ପ୍ରାୟ ୩୦ ସରିକି ପୁଲିସ ଆସି ଯଶିପୁର ଥାନା ପଦମପୁର ଗାଁରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଆଣିଥିବା ଓ୍ଵାରେଣ୍ଟ ବଳରେ ଗ୍ରାମର ଅବଦୁଲ ମାଜିଦଙ୍କ ଘରେ ଚଢ଼ାଉ ଆରମ୍ଭ କରି ଦେଇଥିଲେ। ଚଢ଼ାଉ ସମୟରେ ଘର ଭିିତରୁ ହାତୀ ଦାନ୍ତ ମିଳି ନ ଥିଲା। ମାତ୍ର ମିଳିଥିଲା ନଗଦ ୧୪ ଲକ୍ଷରୁ ଊର୍ଧ୍ୱ ଟଙ୍କା ସହିତ ଜଙ୍ଗଲି ପଶୁ ସମ୍ବର, ହରିଣ, ବଜ୍ରକାପ୍ତା, ସହିତ ବିଭିନ୍ନ ବନ୍ୟଜନ୍ତୁଙ୍କୁ ହାଡ଼, ଚମଡ଼ା, ସିଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ।ଜବତ ହୋଇଥିବା ବହୁ ବନ୍ୟ ଜନ୍ତୁଙ୍କ ଦେହାବଶେଷ ଚିହ୍ନଟ ହୋଇ ପାରି ନାହିଁ। ତେବେ ସେତେବେଳକୁ ଅଭିଯୁକ୍ତ ଅବଦୁଲ ମାଜିଦ୍‌ ଫେରାର ହୋଇ ଯାଇଥିଲେ। ଝାଡ଼ଖଣ୍ଡ ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହ ତଳେ କେତେକ ଶିକାରୀ ଝାଡ଼ଖଣ୍ଡର ମଝିଗାଁ ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଏକ ଦନ୍ତା ହାତୀ ଶିକାର କରି ତାର ଦାନ୍ତ କାଟି ନେଇଥିଲେ। ଏହି ଘଟଣାରେ ତଦନ୍ତ କରି ପୁଲିସ ଏହି ଚୋରା ହାତୀ ଦାନ୍ତ କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ ପଚରାଉଚରା କରାଯିବାରୁ ଏହି ଚୋରା କାରବାରର ମାଷ୍ଟର ମାଇଣ୍ଡ ଓଡ଼ିଶା ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଦମପୁର ଗାଁର ଅବଦୁଲ ମାଜିଦ ବୋଲି ପୁଲିସ ଜାଣି ପାରିଥିଲା। ତେଣୁ ହାତୀ ଦାନ୍ତ ଜବତ କରିବା ସହିତ ଅବଦୁଲଙ୍କୁ ଗିରଫ କରିବା ପାଇଁ ଆଜି ସକାଳେ ଝାଡ଼ଖଣ୍ଡ ପୁଲିସ ସଦଳବଳେ ଆସିଥିବା ବେଳେ ପୂର୍ବରୁ ସୂଚନା ପାଇ ଅବଦୁଲ ଫେରାର ହୋଇ ଯାଇଥିବା କୁହାଯାଉଛି। ତେବେ ତାଙ୍କ ଘରୁ ୧୪ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବାରୁ, ଅବଦୁଲ ହାତୀ ଦାନ୍ତକୁ ଚାରା ବେପାରିମାନଙ୍କୁ ବିକ୍ରି କରି ଦେଇଥିବା ପୁଲିସ ସନ୍ଦେହ କରୁଛି।
ଅବଦୁଲଙ୍କ ଘରୁ ବହୁ ପରିମାଣର ବନ୍ୟଜନ୍ତୁ ଛାଲ, ହାଡ଼, ସିଙ୍ଗ, ନଖ, କାତି ପ୍ରଭୃତି ଜବତ କରି ଝାଡ଼ଖଣ୍ଡ ପୁଲିସ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe