ଲକଡାଉନର ଫାଇଦା ଉଠାଉଛନ୍ତି ମଦ ମାଫିଆ, ଗଳା ବାଟରେ ସହରକୁ ଆସୁଛି ଝାଡ଼ଖଣ୍ଡ ମଦ

Advertisment
ଲକଡାଉନର ଫାଇଦା ଉଠାଉଛନ୍ତି ମଦ ମାଫିଆ, ଗଳା ବାଟରେ ସହରକୁ ଆସୁଛି ଝାଡ଼ଖଣ୍ଡ ମଦ

ରାଉରକେଲା: ଲକ୍‌ଡାଉନ୍ ଘୋଷଣା ପରେ ସ୍ମାର୍ଟ ସିଟି ଓ ଏହାର ଆଖାପାଖରେ ବନ୍ଦ ରହିଛି ବିଦେଶୀ ମଦ ଦୋକାନ। ଲକ୍‌ଡାଉନରେ ଭରପୁର ଫାଇଦା ଉଠାଉଛନ୍ତି କିଛି ମଦ ମାଫିଆ। ଗଳାବାଟରେ ସହରକୁ ଆଣୁଛନ୍ତି ଶହ ଶହ ଲିଟର ଝାଡ଼ଖଣ୍ଡର ବିଦେଶୀ ମଦ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ପୁଲିସ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରିଛି। ମାତ୍ର ଯେଉଁଠି ଯାଞ୍ଚ ହେଉଛି, ତା’ର କିଛି ଦୂର ଥିବା ଗଳାବାଟ ଦେଇ ପାରି ହୋଇଯାଉଛନ୍ତି ମଦ ମାଫିଆ। କେହି କେହି ମୋଟରବାଇକ୍ , ସାଇକେଲ୍‌ରେ ପୁଣି ଅନ୍ୟ କେହି କାରରେ ପେଟି ପେଟି ମଦ ଆଣି ସହରକୁ ଅବାଧରେ ପଶୁଛନ୍ତି।

ଝାଡ଼ଖଣ୍ଡରୁ ଆସୁଥିବା ଏହି ମଦ ସହର ବିଭିନ୍ନ ବସ୍ତି, ଢ଼ାବାରେ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରି କରାଯାଉଛି। କେବଳ ରାଉରକେଲା ସହର ନୁହେଁ ବନ୍ଧମୁଣ୍ଡା, ବିଶ୍ରା, ନୂଆଗାଁ, ହାତୀବାରି, ବୀରମିତ୍ରପୁର, କୁଆରମୁଣ୍ଡା ଆଦି ଅଞ୍ଚଳରେ ବିକ୍ରି ହେଉଛି। ଏହି କାରବାରରେ ସାମିଲ ଅଛନ୍ତି ମନୋହରପୁର ଓ ସିମଡେଗାର କିଛି ମଦ ମାଫିଆ। ଯେଉଁମାନଙ୍କ ସହାୟତାରେ ରାଉରକେଲାର କିଛି ମଦ ବେପାରୀ ଏହାର ଫାଇଦା ଉଠାଉଛନ୍ତି। ଢ଼ାବା, ବସ୍ତିରେ ନୁହେଁ ପରିବା ଓ ରାସନ ଦୋକାନରେ ମଧ୍ୟ ବିକ୍ରି ହେଉଛି। ବିଶ୍ରା ଅଞ୍ଚଳର କିଛି ଢ଼ାବାରେ ଲୋକମାନେ ବସି ମଦ ପିଉଥିବା ଦେଖାଯାଉଛି। ଅନୁରୂପ ଭାବେ ନୂଆଗାଁବ୍ଲକରେ ମଦ ମାଫିଆ ସକ୍ରିୟ ହୋଇଉଠିଥିବା ଦେଖିବାକୁ ମିଳୁଛି। ବିଶ୍ରା ଓ ହାତୀବାରି ଥାନା ଅଂଚଳ ରେ ଅନେକ ମଦବ୍ୟବସାୟୀ ଏବେ ପଡୋଶୀ ଝାରଖଣ୍ଡ ଅଂଚଳରୁ ଖଲାଖୋଲି ମଦ କିଣି ଆଣୁଛନ୍ତି। କିଛି ଅସଲି ଓ କିଛି ନକଲି ମଦ ଆଣି ନୂଆଗାଁ ଅଂଚଳରେ ଚଢାଦରରେ ବିକ୍ରି ଆରମ୍ଭ କରି ଦେଇଛନ୍ତି।

ବିଶ୍ରା ଥାନା ଅନ୍ତର୍ଗତ କାତେପୁର, ଲୋଆରାମ, ଉର୍ମେଇ, ସୋରଡ଼ା, ଯୋଜଦl, ବାରିଲେପଟା, ବାଗଡେଗା, ଆଦି ଅଂଚଳରେ ବ୍ୟାପକ ଭାବରେ ମଦ ଅଣlଯାଇ ଉକ୍ତ ଅଂଚଳ ବିକ୍ରି ହେଉଛି। ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ମଦ ମାଫିଆଙ୍କ ସହ ସଲାସୁତୁରା କରି ମୋଟାଅଙ୍କର ଚାନ୍ଦା ନେଉଥବାରୁ ମଦମାଫିଆଙ୍କୁ ସୁରକ୍ଷା ଦିଆ ଯାଉଥିବା ଅଭିଯୋଗ ହେଉଛି। ହାତୀବାରି ଥାନା ଅନ୍ତର୍ଗତ ନୂଆଗାଁ, ପୁରୁଣାପାଣି, ଟ୍ୱିସ୍କ, କୋକେରୋମା, କରଡେଗା ଆଦି ଅଂଚଳ କୁ ମଧ୍ୟ ଝାରଖଣ୍ଡ ଅଂଚଳରୁ ମଦ ଆସୁ ବା ଚର୍ଚ୍ଚା ହେଉଛି। ଏଥିପ୍ରତି ଅବକାରୀ ଓ ପୁଲିସର ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe