‘ଫନି’ ପରେ ପରେ ଝାରପଡ଼ା ଜେଲ୍‌ରେ ଅଘଟଣ : ବିଦ୍ୟୁତ ଖୁଣ୍ଟରୁ ପଡ଼ି ପଦିଆ ଗୁରୁତର, ଚାପିଦେଇଛନ୍ତି କର୍ତ୍ତୃପକ୍ଷ

Advertisment
ଭାଇରାଲ୍ ଭିଡିଓ ପରେ ସର୍କୁଲାର ଜାରି କଲେ ଜେଲ୍ ଡିଜି : ପ୍ରବେଶ ଫାଟକରେ ମୋବାଇଲ ଦାଖଲ କରିବେ ଜେଲ୍‌ କର୍ମଚାରୀ

thehindu.com

ଭୁବନେଶ୍ବର : ଝାରପଡ଼ା ଜେଲ ଭିତରେ ଏକ ଅଘଟଣ ଘଟିଛି। ବହୁଚର୍ଚିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ ପ୍ରଦୀପ ସାହୁ ଓରଫ ପଦିଆର ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର। ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଏମ୍‌ସରେ ଭର୍ତି କରାଯାଇଛି। ତାଙ୍କ ମେରୁଦଣ୍ଡ ହାଡ଼ରେ ଶକ୍ତ ଆଘାତ ଲାଗିଛି। କିନ୍ତୁ ଝାରପଡ଼ା ଜେଲ କର୍ତୃପକ୍ଷ ଘଟଣାକୁ ଚାପି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଫନି ପରେ ପରେ ଝାରପଡ଼ା ଜେଲ ଭିତରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। କିଛି ଦିନ ତଳେ ବିଦ୍ୟୁତ୍‌ ଆସିଥିଲେ ମଧ୍ୟ ଜେଲ ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ମରାମତିର ଆବଶ୍ୟକ ଥିଲା। ପଦିଆ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ମରାମତି କରୁଥିଲେ। ତେବେ ଏହି ସମୟରେ କେହି ବିଦ୍ୟୁତ ସଂଯୋଗ କରି ଦେଇଥିଲା। ବିଦ୍ୟୁତ ଆଘାତରୁ ପଦିଆ ତଳକୁ ଖସି ପଡ଼ିଥିଲେ। ଡାକ୍ତର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ମନା କରିଦେବାରୁ ତାଙ୍କୁ ଏମ୍ସ ନିଆଯାଇଥିଲା। ସେ ଏବେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ହେଉଛନ୍ତି।

ତେବେ କେଉଁ ପରିସ୍ଥିତିରେ ପଦିଆ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ସେସୁ କର୍ମଚାରୀ ଜେଲ ଭିତରକୁ ଯାଇଥିଲେ ନା ନାହିଁ? ଯଦି ଯାଇଥିଲେ ପଦିଆ କାହିଁକି ବିଦ୍ୟୁତ ମରାମତି କରୁଥିଲେ? ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ଚଢ଼ିବାକୁ କିଏ ନିର୍ଦେଶ ଦେଇଥିଲା? ଯଦି ସେ ବିଦ୍ୟୁତ ଖୁଣ୍ଟରେ ଚଢ଼ିଥିଲେ ଏହି ସମୟରେ ବିଦ୍ୟୁତ ସଂଯୋଗ କିଏ ଦେଇଥିଲା? ଏଭଳି କେତେକ ପ୍ରଶ୍ନ ଏବେ ଉଠିଲାଣି। ଘଟଣାକୁ ନେଇ ଜେଲ ବିଭାଗ ଓ ସେସୁ ମଧ୍ୟ ଚିନ୍ତାରେ। କାରଣ ପଦିଆର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଫଳରେ ଯଥାସମ୍ଭବ ଘଟଣାକୁ ଚାପି ଦେବାକୁ ଏବେ ଉଦ୍ୟମ ଆରମ୍ଭ କରିଛି ଜେଲ ବିଭାଗ।

ପ୍ରକାଶଥାଉକି, ୧୯୯୯ ଜାନୁଆରି ୯ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟିଥିଲା। ଏହି ଘଟଣାରେ ପୁଲିସ ପ୍ରଦୀପ ସାହୁ, ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା। ପରେ ୨୦୦୨ରେ ଖୋର୍ଧା ସେସନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଦୀପ ଓ ଧୀ‌ରେନ୍ଦ୍ର ଝାରପଡ଼ା ଜେଲରେ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଏବେ ବି ଫେରାର୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe