ଅବକାରୀ କର୍ମଚାରୀ ଓ ବିହାରୀ ଗୁଣ୍ଡାଙ୍କ ଉତ୍ପାତ: ରାତି ଅଧରେ ଘରେ ପଶି ମାଡ଼ ମାରିଲେ, ଜଣେ ଆହତ

Advertisment
ଅବକାରୀ କର୍ମଚାରୀ ଓ ବିହାରୀ ଗୁଣ୍ଡାଙ୍କ ଉତ୍ପାତ: ରାତି ଅଧରେ ଘରେ ପଶି ମାଡ଼ ମାରିଲେ, ଜଣେ ଆହତ

ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ବାବୁଛିପିଡ଼ିହି ପଞ୍ଚାୟତ ବାଙ୍କି ଗ୍ରାମରେ ଅବକାରୀ କର୍ମଚାରୀ ଓ କିଛି ବିହାରୀ ଗୁଣ୍ଡା ରାତି ଅଧରେ ଦେବାନନ୍ଦ ବାଗଙ୍କ ଘରେ ପଶି ମଦ ଖୋଜିବା ବାହାନାରେ ପ୍ରବଳ ମାଡ଼ ମାରିଥିବା ଓ ଘରର ବହୁ ଜିନିଷପତ୍ର ଭାଙ୍ଗି ଦେଇଥିବା ଜଣାଯାଇଛି।

‌ସୋମବାର ରାତିରେ ଅବକାରୀ ବିଭାଗର କର୍ମଚାରୀ ଓ କିଛି ବିହାରୀ ଲୋକ ବାଙ୍କି ଗାଁର ଦେବାନନ୍ଦଙ୍କ ଘରକୁ ପଶିଥିଲେ। ସେମାନେ ଦେଶୀମଦ ଚଢ଼ଉ ବାହାନାରେ ଘରେ ପଶି ମାଡ଼ ମାରିଥିଲେ। ସେମାନଙ୍କ ମାଡ଼ରେ ଦେବାନନ୍ଦଙ୍କ ସ୍ତ୍ରୀ ବିଳାସିନୀ ବାଗଙ୍କ ବ୍ଲାଉଜ୍‌ ଚିରି ଯାଇଥବା ଅଭିଯୋଗ ହୋଇଛି। ସେହିପରି ଅବକାରୀ କର୍ମଚାରୀ ଓ ବିହାରୀ ଗୁଣ୍ଡାଙ୍କ ମାଡ଼ରେ ପଡ଼ୋଶୀ ବିଶିକେଶନ ବାଗ ମାଡ଼ ଖାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାରର ପଦ୍ମ ବାଗ ମଧ୍ୟ ଆହତ ହୋଇଛନ୍ତି। ଏହି ଗାଁର କଜଳି ବୁଦୁଲାଙ୍କ ସାଇକଲକୁ ଅବକାରୀ ବିଭାଗର ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ସାଇକଲଟି ଭାଙ୍ଗି ଯାଇଛି। ଏ ବାବଦରେ ଲଇକେରା ଅବକାରୀ ଇନସପେକ୍ଟରଙ୍କୁ ପଚାରିବାରୁ, ସେ ଏହି ଘଟଣା ସମ୍ପର୍କରେ ଜାଣିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe