ମେ’ ୧ରୁ ଝାରସୁଗୁଡ଼ା-ପାଟନା ବିମାନସେବା ଆରମ୍ଭ

ମେ’ ୧ରୁ ଝାରସୁଗୁଡ଼ା-ପାଟନା ବିମାନସେବା ଆରମ୍ଭ

ଝାରସୁଗୁଡ଼ା: ଆସନ୍ତା ମେ ୧ତାରିଖ ଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଏନେଇ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି। ସ୍ପାଇସଜେଟ୍ କମ୍ପାନିର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ପ୍ରତିଦିନ ପାଟନାରୁ ବାହାରି ଝାରସୁଗୁଡ଼ାଠାରେ ଅପରାହ୍ନ ୪ଟା ୨୦ ମିନିଟରେ ପହଞ୍ଚିବ ଓ ୪ଟା ୫୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ।

ପାଟନାରୁ ଏହି ବିମାନ ପୁଣି ଆସାମର ଗୁଆହାଟି ଅଭିମୁଖେ ଉଡ଼ିବ। ଝାରସୁଗୁଡ଼ାରୁ ଗୁଆହାଟିକୁ ମଧ୍ୟ ଯାତ୍ରୀମାନେ ଯାତାୟାତ କରିବା ଦିଗରେ ଏହି ବିମାନ ସହାୟକ ହେବ। ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବାକୁ ଯାଉଥିବାରୁ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe