ଝାରସୁଗୁଡ଼ା ଉପନିର୍ବାଚନ: କାଏମ୍‌ ରହିଲା ୧୦ ପ୍ରାର୍ଥୀପତ୍ର

ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

The New Indian Express

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ର‌ାର୍ଥୀପତ୍ର ଶୁକ୍ରବାର ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଥିବାରୁ ସେମାନେ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ହୋଇଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂ‌ଗ୍ରେସ ସମେତ ୧୦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୪ଜଣ ପ୍ରାର୍ଥୀ ମୋଟ୍‌ ୨୨ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ। କାଏମ୍‌ ରହିଥିବା ପ୍ରାର୍ଥୀମାନେ ହେଲେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେ, ଜନ୍ମା ରୋହିଦାସ, ମନିଷ ଶର୍ମା, ମହେନ୍ଦ୍ର ପଟ୍ଟନାୟକ, ବିଜୟ ଜଲାନ୍, ଜ୍ଞାନେନ୍ଦ୍ର ବେହେରା, ଭୁବନେଶ୍ବର ଗର୍ଡିଆ, ମହେନ୍ଦ୍ର ଲୁହା। ଆସନ୍ତା ୨୪ ତାରିଖ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe