ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାର୍ଇ ଭୋଟିଂ ଜାରି: କେତେକ ବୁଥରେ ଉପୁଜିଛି ଅପ୍ରୀତିକର ପରିସ୍ଥିତି

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାର୍ଇ ଭୋଟିଂ ଜାରି: କେତେକ ବୁଥରେ ଉପୁଜିଛି ଅପ୍ରୀତିକର ପରିସ୍ଥିତି

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ସୂଚନ‌ା ଅନୁଯାୟୀ ଲାଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଭୋଟର୍ ଙ୍କ ନାମ ପ୍ରମୋଦ ବେହେରା। ସେ ନିଜର ଅସୁସ୍ଥ ମା’ଙ୍କୁ ସାଙ୍ଗରେ ନେଇ ମତଦାନ କରିବାକୁ ଚାହୁଁଥିଲେ। ହେଲେ ପୁଲିସ ଏହାର ପ୍ରତିବାଦ କରିଥିଲା। ଏହାକୁ ନେଇ ପୁଲିସ ସହ ତାଙ୍କର ବଚସା ହୋଇଥିଲା। ପୁଲିସ ଉତକ୍ଷିପ୍ତ ହୋଇ ଲାଠିରେ ପ୍ରମୋଦ ବେହେରାଙ୍କୁ ୩ ପାହାର ଦେଇଥିଲା।

publive-image

ଏଣେ ଗୁଜରାଟୀପଡ଼ା ନଜୁଲ ସରକାରୀ ହିନ୍ଦୀ ସ୍କୁଲରେ ୬୯ ନମ୍ବର ବୁଥରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବାର ସେଠାରେ ଉତ୍ତେଜନା ଦେଖ‌ାଦେଇଥିଲା। ତେଣେ  ଝାରସୁଗୁଡ଼ାର ମନମୋହନ ୟୁପି ସ୍କୁଲର ମତଦାନ କେନ୍ଦ୍ରରେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀମାନେ ଘଉଡ଼ାଇ ଦେଇଥିଲେ। ପରେ ପୁଲିସ କର୍ମଚାରୀମାନେ ଏହି ଘଟଣାରେ ହସ୍ତ‌କ୍ଷେପ କରିବା ପରେ ପୁଣି ବିଜେପି ଏଜେଣ୍ଟଙ୍କୁ କାମ କରିବାକୁ ଦେଇଥିଲା। ସେପଟେ ୱାର୍ଡ ନମ୍ବର ୧୭ରେ ୫୦ରୁ ଉର୍ଦ୍ଧ୍ୱ ଭୋଟରଙ୍କ ନାଁ ଭୋଟ୍ ଲିଷ୍ଟରେ ନଥିବାରୁ ଭୋଟ୍ ଦେଇପାରିନଥିବା ଅଭିଯୋଗ ହୋଇଛି ।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ବୁଥ୍‌ରେ ଧାଡିରେ ଭୋଟରମାନଙ୍କୁ ଛଡାଯାଉଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି। ବଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe