ଝାରସୁଗୁଡ଼ା ଉପନିର୍ବାଚନ: ସରିଲା ନାମାଙ୍କନ, ଆଜି ଯାଞ୍ଚ

ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

The New Indian Express

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ‌ଏମାନେ ମୋଟ ୨୨ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଶୁକ୍ରବାର କରାଯିବ। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ଚାହିଲେ ୨୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ବୋଲି କୁହାଯାଇଛି।

ଅନ୍ୟପଟେ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଠିକ୍‌ ଅନୁପାଳନ ହେଉଛି କି ନାହିଁ ସେସବୁର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଆଇଏଏସ୍‌ ଡ. ଅହମ୍ମଦ ଇକବାଲ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ବ ସେବା ଅଧିକାରୀ ଶିତୋଲେ ସତୀଶ ବିଶ୍ୱନାଥ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ନିର୍ବାଚନ ସଂକ୍ରାନ୍ତ କୌଣସି ଅଭିଯୋଗ ଥିଲେ ଏହି ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ପ୍ରକୋଷ୍ଠରେ ଅଥବା ମୋବାଇଲ ନମ୍ବରରେ ଯୋଗାଯୋଗ କରିଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉପନିର୍ବାଚନ ପାଇଁ ‘ସିଭିଜିଲ’ ନାମକ ଏକ ଆପ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଞ୍ଚ କରାଯାଇଥିବା ନେଇ ମଧ୍ୟ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe