ଝାରସୁଗୁଡ଼ା : ଦୁଇଟି ଆସନରେ ତିନି ନେତାଙ୍କୁ କିଭଳି ବଣ୍ଟୁଆରା କରାଯିବ ସେ ନେଇ ବିଜେଡ଼ିରେ ଅଙ୍କ ଛିଣ୍ଡିବା ନା ଧରୁ ନାହିଁ। ଝାରସୁଗୁଡ଼ା ଓ ବ୍ରଜରାଜନଗର ଦୁଇଗୋଟି ବିଧାନସଭା ଆସନରେ ଏବେ ବିଜେଡ଼ି ଦଳର ତିନି ଜଣ ଦାବିଦାର ପ୍ରାର୍ଥୀ ରହିଛନ୍ତି। ଆଉ ତିନି ଜଣ ପ୍ରାର୍ଥୀ ବିଜେଡ଼ି ଟିକେଟ ପାଇବା ପାଇଁ ନିଶ୍ଚିତ ହୋଇଯାଇଛନ୍ତି। ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ବିଜେଡ଼ିରେ ଯୋଗ ଦେଲାପରେ ଜିଲ୍ଲାର ଗଣିତ ଓଲଟପାଲଟ ହୋଇଯାଇଛି। ତେବେ ଜିଲ୍ଲାର ବିଜେଡ଼ି ନେତୃତ୍ବକୁ ସମ୍ଭାଳି ଆସିଥିବା ପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ଦଳ କେମିତି ଥଇଥାନ କରିବ ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଆଉ ଜଣେ ଦାବିଦାର ଅଛନ୍ତି ଅନୁପ କୁମାର ସାଏ। ଏବେ ବ୍ରଜରାଜନଗର ଆସନରେ ଅନୁପ ନା କିଶୋର କାହାକୁ ଟିକେଟ ଦିଆଯିବ ସେ ନେଇ ଆଜି ଚୂଡ଼ାନ୍ତ ହେବା ଆଶା କରାଯାଉଛି। ଏ ନେଇ ନିଷ୍ପତ୍ତି ନିଆଯିବାକୁ ନବୀନ ନିବାସରୁ ତିନି ନେତାଙ୍କୁ ଆଜି ଡ଼ାକରା ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us