ଝାରସୁଗୁଡ଼ା ଜିଲ୍ଲାରେ ଡାଇରିଆ ଆତଙ୍କ, ଜଣଙ୍କର ମୃତ୍ୟୁ, ଗୁରୁତରଙ୍କ ସଂଖ୍ୟା ବୃଦ୍ଧି

ଝାରସୁଗୁଡ଼ା ଜିଲ୍ଲାରେ ଡାଇରିଆ ଆତଙ୍କ, ଜଣଙ୍କର ମୃତ୍ୟୁ, ଗୁରୁତରଙ୍କ ସଂଖ୍ୟା ବୃଦ୍ଧି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କନକତୋରା ପଞ୍ଚାୟତର କୁହାକୁଣ୍ଡା ଗାମରେ ଡାଇରିଆ ବ୍ୟାପି ୧୬ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

publive-image

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନତଳେ ଏହି ଗ୍ରାମରେ କେତେକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ।ଏହାପରେ ଗତ ୨୫ତାରିଖରୁ ବ୍ୟାପି ଥିଲା ଏହି ରୋଗ। ଏହାପରେ ସେହି ଗାଁର ଡାଇରିଆରେ ଆକ୍ରାନ୍ତ ଲୋକମାନେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।

Image result for raigarh district hospital image source-haribhoomi.com

ମୃତକଙ୍କ ନାମ ବଲହବି ବାରିକ (୫୦)। ସଂପ୍ରତି ଛତିଶଗଡ଼ର ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାଯାଇଛି।ଲଖନପୁର ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତିଷେଧକ ବ୍ୟବସ୍ଥା ସହିତ ସଚେତନତା ସୃଷ୍ଟି କରାଯାଉଛି।ଆକ୍ରାନ୍ତମାନଙ୍କୁ ୧୦୮ ଆମ୍ବୁଲାନସ ଜରିଆରେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାଲାଗି ଅଣାଯାଉଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe