ଝାରସୁଗୁଡ଼ାରେ ଏନକାଉଣ୍ଟର, କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦକୁ ଧରିଲା ପୁଲିସ୍

ଝାରସୁଗୁଡ଼ାରେ ଏନକାଉଣ୍ଟର, କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦକୁ ଧରିଲା ପୁଲିସ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଥାନା ଅଞ୍ଚଳରେ ପୁଲିସ୍ କରିଛି ଏନକାଉଣ୍ଟର। ଝାରସୁଗୁଡ଼ା ଏସ ପି ଅଶ୍ବିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ଏନକାଉଣ୍ଟର କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବେଶ କିଛି ଦିନ ହେବ ଜେଲରେ ଥିବା କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦକୁ ଧରିବା ଲାଗି ପୁଲିସ୍ ଜାଲ ବିଛାଇଥିଲା। ଗତକାଲି ରାତିରେ ବିନୋଦ ପ୍ରସାଦ ବ୍ରଜରାଜନଗର ଥାନାର ଛୁଆଲିବେରନା ଅଞ୍ଚଳରେ ଥିବାର ଖବର ପାଇ ତାକୁ ଧରିବା ଲାଗି ଏକ ସ୍ପେସାଲ ସ୍କ୍ବାଡ୍ ଟିମ୍ ରାତି ଦୁଇଟା ବେଳେ ସେଠାରେ ପହଞ୍ଚିଥିଲା।

Image result for jharsuguda district headquarter hospital

ପୁଲିସକୁ ଦେଖି ପ୍ରଥମେ ବିନୋଦ ପ୍ରସାଦ ପ୍ରଥମେ ଗୁଳି ଚାଳନା କରିଥିଲା। ତାପରେ ପୁଲିସ୍ ବାଧ୍ୟ ହୋଇ ବିନୋଦ ପ୍ରସାଦ ଉପରକୁ ଗୁଳି ଚାଳନା କରିଥିଲା ଫଳରେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଏବଂ ପୁଲିସ୍ ତାକୁ କାବୁ କରିଥିଲା। ଏହାପରେ ବିନୋଦ ପ୍ରସାଦକୁ ଚିକିତ୍ସାଲାଗି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିନୋଦ ପ୍ରସାଦ ନାମରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe