ମମିତା ମେହେର ହତ୍ୟା ପ୍ରତିବାଦରେ ଝାରସୁଗୁଡ଼ା, ଗଜପତି ବନ୍ଦ

Advertisment
ମମିତା ମେହେର ହତ୍ୟା ପ୍ରତିବାଦରେ ଝାରସୁଗୁଡ଼ା, ଗଜପତି ବନ୍ଦ

ଝାରସୁଗୁଡ଼ା : କଳାହାଣ୍ଡି ଜିଲ୍ଲାସ୍ଥିତି ମହାଲିଙ୍ଗ ସନସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଏବଂ ଏହି କାରଣରୁ ପୁଲିସର ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ହୋଇଛି। ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଶନିବାର ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ କରାଯାଇଛି । ବିଜେପି କର୍ମୀମାନେ ସକାଳ ୬ଟାରୁ ଅପରାହ୍‌ଣ ୨ଟା ଯାଏଁ ଝାରସୁଗୁଡା, ବେଲପାହାଡ଼, ବ୍ରଜରାଜନଗର, ବନ୍ଧବାହାଲ, ଗାନ୍ଧିଛକ, କୋଲାବିରା, କିର୍ମିରା, ଲଇକେରା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

publive-image

ପାରଳାଖେମୁଣ୍ଡି : ସନ୍‌ସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ଶନିବାର ୧୨ ଘଣ୍ଟା ପାଇଁ ଗଜପତି ବନ୍ଦ ରହିଛି। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲାବେଳେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ, କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ପାରଳାଖେମୁଣ୍ଡି ପୌରପାଳିକର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ପାରଳାଖେମୁଣ୍ଡି ହାଇସ୍କୁଲ ଛକରେ ବିଧାୟକ ନିଜ ସମର୍ଥକଙ୍କ ସହ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ବନ୍ଦ ପ୍ରଭାବରେ ଯାତ୍ରୀ ସେବା ଠପ୍‌ ହୋଇ ଯାଇଥିଲା। ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ୍‌, ବ୍ୟାବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସମେତ ଛୋଟବଡ଼ ଦୋକାନ ମଧ୍ୟ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe