ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଝାରସୁଗୁଡା। ଝାରସୁଗୁଡ଼ାରେ ସୋମବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରିରେ ପହଞ୍ଚିଥିବାବେଳେ ଟିଟିଲାଗଡ଼,ବଲାଙ୍ଗୀର, ବୌଦ୍ଧ ସହରରେ ବି ତାତି ୪୦ ଡିଗ୍ରିରେ ରହିଛି । ପୂର୍ବାହ୍ନ ହେବା କ୍ଷଣି ଟାଇଁଟାଇଁ ଖରାରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଗ୍ରୀଷ୍ମ ଆରମ୍ଭରୁ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଆଗକୁ ସ୍ଥିତି ଆହୁରି ସଙ୍ଗିନ୍ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଝାରସୁଗୁଡା ବ୍ୟତୀତ ଟିଟିଲାଗଡ଼, ବଲାଙ୍ଗୀର ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ବାରିପଦାରେ ୩୯ ଡିଗ୍ରି, ତାଳଚେରରେ ୩୮, ସମ୍ବଲପୁରରେ ୩୮.୯, ସୁନ୍ଦରଗଡରେ ୩୮ ଡିଗ୍ରି, ହୀରାକୁଦରେ ୩୮.୩ ଡିଗ୍ରି, ଭୁବନେଶ୍ୱରରେ ୩୭ ଡିଗ୍ରି ରେକର୍ଡ କରାଯାଇଛି।
/sambad/media/post_attachments/wp-content/uploads/2022/03/FOYCwpUagAIjasY-177x300.png)
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବନି। ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମାତ୍ର ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Follow Us