ଝାରସୁଗୁଡ଼ା: ଅସୁସ୍ଥ ଶ୍ରମିକଙ୍କୁ ମୃତ ଭାବି ଇବ୍‌ ନଦୀରେ ପକାଇ ଦେଲେ ସହକର୍ମୀ

ଝାରସୁଗୁଡ଼ା: ଅସୁସ୍ଥ ଶ୍ରମିକଙ୍କୁ ମୃତ ଭାବି ଇବ୍‌ ନଦୀରେ ପକାଇ ଦେଲେ ସହକର୍ମୀ

ଝାରସୁଗୁଡ଼ା: ଶନିବାର ରାତିରେ ଡାକ୍ତରଖାନା ନିଆଯାଉଥିବା ଜଣେ ଅସୁସ୍ଥ ଶ୍ରମିକ ମରିଗଲା ବୋଲି କହି ସହଯୋଗୀମାନେ ଇବ୍‌ ନଦୀରେ ପକାଇ ଦେବା ପରେ ଆଜି ମଧ୍ୟାହ୍ନରେ ତାଙ୍କ ଶବ ଉଦ୍ଧାର କରାଯାଇଛି।

ମୃତ ୪୭ ବର୍ଷିୟ ଶ୍ରମିକଙ୍କ ନାମ ଗୌତମ ଭଣ୍ଡାରି। ତାଙ୍କ ଘର ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ଅନ୍ତର୍ଗତ ଗଙ୍ଗାନଳା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବନହରପାଲିରେ ଥିବା ‘ଓପିଜିସି’ର ଠିକା ସଂସ୍ଥା ‘ଡିଜିଆର୍‌’ରେ କାମ କରିବାକୁ ଗୌତମ ଅଳ୍ପ ଦିନ ତଳେ ଆସିଥିଲେ। ସେଠାରେ ତାଙ୍କ ଗାଁ’ର କିଛି ଲୋକ ଶ୍ରମିକ ଭାବେ କାମ କରନ୍ତି।

ଶନିବାର ସକାଳେ ଗୌତମ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଲେ। ସନ୍ଧ୍ୟା ବେଳେ କାଜଲ ପାତ୍ର, ସଂଜୀବ ତାନ୍ତୁବାଇ, ସୁବ୍ରତ ଚୌଧୁରୀ ଏବଂ ନୟନ ଧର ନାମକ ୪ ଜଣ ଶ୍ରମିକ ତାଙ୍କର ଚିକିତ୍ସା କରାଇବା ନିମନ୍ତେ ଠିକା ସଂସ୍ଥାର ଏକ ବୋଲେରୋରେ ନେଇ ବୁର୍ଲା ଯାଉଥିଲେ।

publive-image

ରାତିରେ ବୁର୍ଲା ଅଭିମୁଖେ ଯାଉଥିବା ବେଳେ ସେମାନେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଫୋନ୍‌ କଲେ କି, ଗୌତମଙ୍କର ଦେହାନ୍ତ ହୋଇଗଲା। ସୁପର୍‌ଭାଇଜର କହିଲେ, ଶବ ନେଇ ଆସ ଏଠି ‘ସିଆର୍‌ଏଲ୍‌’ରେ ଦେଖାଇବା।

କିନ୍ତୁ, ଉକ୍ତ ଚାରି ବ୍ୟକ୍ତି ଖାଲି ଖାଲି ଆସି ସୁପରଭାଇଜରଙ୍କୁ ଭେଟିବାରୁ ସେ ଗୌତମ କାହାନ୍ତି ବୋଲି ପଚାରିଲେ। ସେମାନେ ଶବକୁ ରନ୍ତେଲା ପୋଲ ଉପରୁ ଇବ୍‌ ନଈକୁ ଫିଙ୍ଗି ଦେଇଥିବା କଥା କହିଲେ। ଅଗତ୍ୟା ସୁପର୍‌ଭାଇଜର୍‌ ୪ ଜଣଙ୍କୁ ନେଇ ଥାନାରେ ଦେଲେ।

ଝାରସୁଗୁଡ଼ା ପୁଲିସ ସେମାନଙ୍କୁ ଅଟକ ରଖିବା ସହ ଆଜି ସକାଳେ ଓଡ୍ରାଫ୍‌ଟ୍‌ ଟିମ୍‌ ଏବଂ ଦମକଳବାହିନୀ ଲଗାଇ ଇବ୍‌ ନଦୀରେ ଗୌତମଙ୍କୁ ଖୋଜାଖୋଜି କରିବା ପରେ ତାଙ୍କର ଶବ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe