ଆଜି ବି ତାତିରୁ ନିସ୍ତାର ମିଳିଲାନି: ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

Advertisment
ଆଜି ବି ତାତିରୁ ନିସ୍ତାର ମିଳିଲାନି: ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଗତକାଲି ଭଳି ଆଜି ବି ରାଜ୍ୟରେ  ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି  ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ଆଜି ବି ତାତିରୁ ନିସ୍ତାର ମିଳିନାହିଁ। ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ସାମାନ୍ୟ କମିଥିଲେ ସୁଦ୍ଧା ସାମୁଦ୍ରିକ ପବନ ପ୍ରଭାବରେ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆଜି ୪୨.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଅପରାହ୍ଣ ସାଢେ ୨ଟା ସମୟରେ ରେକର୍ଡ କରାଯାଇଥିବା ତାପମାନ ଅନୁଯାୟୀ, ଝାରସୁଗୁଡ଼ା ପଛକୁ ରହିଛି ହୀରାକୁଦ (୪୦.୮ ), କେନ୍ଦୁଝର(୪୦.୦), ଚାନ୍ଦବାଲି(୩୯.୨), ଭୁବନେଶ୍ୱର (୩୮.୬), ବାଲେଶ୍ୱର(୩୬.୦), ପୁରୀ(୩୪), ଗୋପାଳପୁର(୩୩.୮) ଓ ପାରାଦୀପ(୩୨.୨ ଡିଗ୍ରି)।

ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ଏହାଠାରୁ ଅଧିକ ରହିବ। ଆସନ୍ତାକାଲି କିଛି ସ୍ଥାନରେ ଅପରାହ୍‌ଣ ଆଡ଼କୁ କାଳବୈଶାଖୀ ବର୍ଷା ମଧ୍ୟ ହୋଇପାରେ। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ଖସିବ। କିନ୍ତୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ଗୁଳୁଗୁଳି ଅନୁଭୂତ ହେବ। ୧୯ତାରିଖ ଆଡ଼କୁ ରାଜ୍ୟବାସୀଙ୍କୁ ଗୁଳୁଗୁଳିରୁ ମୁକ୍ତି ମିଳିବ। ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିପାରେ। କିନ୍ତୁ ତାତି ଅଧିକ ବଢ଼ିବାର ସମ୍ଭାବନା କମ୍‌। ରବିବାର ଦିନ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା ୪୦ ଡିଗ୍ରି ରହିଥିଲା। ଆଜି ମଧ୍ୟ ଏଠାରେ ପାଗ ଶୁଖିଲା, ଖରାଟିଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe