ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍: ବନହରପାଲିରେ ଏସଟିଏଫର ଛାନ୍‌ଭିନ୍, ମୁଖ୍ୟ ଅଭିଯୁକ୍ତଙ୍କ ୨ ପୁଅ ଅଟକ

ପଶ୍ଚିମବଙ୍ଗ ହିଂସା ଘଟଣାରେ ଝାରସୁଗୁଡ଼ା ଲିଙ୍କ୍ ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗ ହିଂସାରେ ସମ୍ପୃକ୍ତି ଅଭିଯୋଗରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ୫ ଜଣିଆ ଟିମ୍ ବନହରପାଲି ଥାନା ବନ୍ଧବାହାଲରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି...

ଅଦ୍ୟତନ ହୋଇଛି
Jharsuguda link of West Bengal violence: STF raids Banarpalli, 2 sons of main accused arrested

Jharsuguda link of West Bengal violence: STF raids Banarpalli, 2 sons of main accused arrested Photograph: (sambad.in)

ଝାରସୁଗୁଡ଼ା: ପଶ୍ଚିମବଙ୍ଗ ହିଂସା ଘଟଣାରେ ଝାରସୁଗୁଡ଼ା ଲିଙ୍କ୍ ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗ ହିଂସାରେ ସମ୍ପୃକ୍ତି ଅଭିଯୋଗରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ୫ ଜଣିଆ ଟିମ୍ ବନହରପାଲି ଥାନା ବନ୍ଧବାହାଲରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ହିଂସାର ମୁଖ୍ୟ ଅଭିଯୁକ୍ତ ଜାଫ୍ରାବାଦର ଜିଆଉଲ୍ ଶେଖଙ୍କର ୨ ପୁଅଙ୍କୁ ପୁଲିସ ଅଟକ ରଖିଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସପି ସ୍ମିତ ପି ପରମାର ଘଟଣାସ୍ଥଳରେ ପହଞ୍ଚି  ସନ୍ଧିଗ୍ଧ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି।

ଅଧିକ ପଢ଼ନ୍ତୁ: କନେକ୍ସନ୍ ୨୦୨୫ ରେ ସାମିଲ ହେଲେ ଆଇଆଇଏମସି ଆଲୁମିନି: ସାମ୍ବାଦିକଙ୍କ ଉନ୍ନତି ପାଇଁ ଆଇଆଇଏମସି ଓ ଇମକା ମିଳିତ ଭାବେ କାମ କରିବା ଆବଶ୍ୟକ

ପୁଲିସ ୧୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସେମାନଙ୍କ ମୋବାଇଲ ଓ ହିଂସା ଘଟିଥିବା ସମୟରେ ସେମାନଙ୍କ ସ୍ଥିତି ସମ୍ପର୍କରେ  ଜାଣିବାକୁ ଚେଷ୍ଟା କରୁଛି।

ଅଧିକ ପଢ଼ନ୍ତୁ: ଏଥର ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରେ ସାମିଲ୍‌ ହେଲେ ଶ୍ରେୟସ ଆୟର ଏବଂ ଇଶାନ କିଷନ

Jharsuguda | Crime | West Bengal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe