ଝାରସୁଗୁଡ଼ା: ଛୁରାମାଡ଼ରେ ଯୁବକ ଆହତ, ଜଣେ ଗିରଫ

ଝାରସୁଗୁଡ଼ା: ଛୁରାମାଡ଼ରେ ଯୁବକ ଆହତ, ଜଣେ ଗିରଫ

ଝାରସୁଗୁଡ଼ା: ଶନିବାର ରାତିରେ ବ୍ରଜାରାଜ ନଗର ଅନ୍ତର୍ଗତ ଓରିଏଣ୍ଟ୍‌ ପେପର୍‌ ମିଲସ୍‌ କଲୋନି ପଡ଼ିଆରେ ଚାଲିଥିବା ମୀନାବଜାରରେ ଜଣେ ଯୁବକଙ୍କୁ ଛୁରି ଭୁସି ଆକ୍ରମଣ କରାଯାଇଛି।

ଆହତ ଯୁବକଙ୍କ ନାଁ ସଂଜୟ ଶର୍ମା। ତାଙ୍କ ଘର ଓପିଏମ୍‌ କଲୋନିରେ।

ରାତି ପ୍ରାୟ ୧୧ଟା ବେଳେ କୌଣସି କାରଣରୁ ମୀନାବଜାର ପଡ଼ିଆରେ ଗଣ୍ଡଗୋଳ ହୋଇଥିଲା। ସେଥିରେ ରାଜା ସିଂହ ଓ ତାଙ୍କ ଭାଇ ମିଶି ସଂଜୟଙ୍କୁ ଛୁରି ଦ୍ୱାରା ଆକ୍ରମଣ କରିଥିଲେ।

ଆହତ ସଂଜୟଙ୍କୁ ମୀନାବଜାରର କମିଟିର କର୍ମକର୍ତ୍ତାମାନେ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଚିକିତ୍ସା କରାଇଛନ୍ତି। ତାଙ୍କର ଦୁଇ ହାତ ଓ ପେଟରେ ଆଘାତ ଲାଗିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡାକ୍ତରମାନେ କହିଛନ୍ତି।

ବ୍ରଜରାଜ ନଗର ପୁଲିସ ରାତାରାତି ଆକ୍ରମଣକାରୀ ବଡ଼ଭାଇ ରାଜା ସିଂହଙ୍କୁ ଧରିଛି। ଅନ୍ୟ ଜଣେ ଭାଇକୁ ଖୋଜା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe