ଝାରସୁଗୁଡ଼ା : ଚୋରି ହୋଇଥିବା ଓ ହଜି ଯାଇଥିବା ମୋବାଇଲ ଖୋଜି ବାହାର କରିବା ଓ ତାକୁ ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଗତ ମାସ ୨୨ ତାରିଖରୁ ଆରମ୍ଭ କରିଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଚୋରି ହୋଇଥିବା ଓ ହଜି ଯାଇଥିବା ମୋବାଇଲଗୁଡ଼ିକୁ ସାଇବର ସେଲ ମାଧ୍ୟମରେ ଠାବ କରି ଉଦ୍ଧାର କରାଯିବା ସହିତ ପ୍ରକୃତ ମାଲିକଙ୍କୁ ଡାକି ଫେରାଯାଇଛି। ମଙ୍ଗଳବାର ଏସ୍ପି ଶ୍ରୀ ଜୈନ ସେମାନଙ୍କୁ ଡାକି ମୋବାଇଲ୍ଗୁଡ଼ିକୁ ବିତରଣ କରିଥିଲେ।
ଜିଲ୍ଲା ପୁଲିସ ଅଫିସ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମୋବାଇଲ ମେଳାରେ ସମସ୍ତ ଥାନାର ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଧାର କରାଯାଇଥିବା ମୋବାଇଲର ଦାମ ୨୦ ଲକ୍ଷ ଟଙ୍କା ହେବ ବୋଲି ଏସ୍ପି କହିଥିଲେ। ଏଥିରେ ଝାରସୁଗୁଡ଼ା ଥାନା ପକ୍ଷରୁ ୬୫, ବଡ଼ମାଲ ଥାନା ୧୧, କୋଲାବିରା ୧୩, ଲଇକେରା ୨୫, ସଦର ଥାନା ୨୨, ବ୍ରଜରାଜନଗର ୨୩, ଓରିଏଣ୍ଟ ୬, ବେଲପାହାଡ଼ ୭, ବନହରପାଲି ୪, ଲଖନପୁର ୧୩, ରେଙ୍ଗାଲି ୧୨ଟି ମୋବାଇଲ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି।
Follow Us