ପାଣିପାଗ: ୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ାରେ ପାରା ଛୁଇଁଲା ୪୪.୮ ଡିଗ୍ରି

Advertisment

ଭୁବନେଶ୍ବର ଓ କଟକରେ ତାପମାତ୍ରା ୩୮.୨ ଡିଗ୍ରି, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର ଓ କଟକରେ ତାପମାତ୍ରା ୩୮.୨ ଡିଗ୍ରି, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ପାଣିପାଗ: ୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ାରେ ପାରା ଛୁଇଁଲା ୪୪.୮ ଡିଗ୍ରି

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଥଣ୍ଡା ପବନ ପାଇବାକୁ ବ୍ୟାକୁଳ ହେଉଥିଲେ ବି ଏହା ମିଳୁନାହିଁ। ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ଏଭଳି ଅବସ୍ଥା ଦେଖାଯାଇଛି। ଆଜି ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଏଠାରେ ପାରା ୪୪.୮ ଡିଗ୍ରିକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ସମ୍ବଲପୁର ଏବଂ ବୌଦ୍ଧରେ ୪୪.୬, ସୋନପୁରରେ ୪୪.୫, ବରଗଡ଼ରେ ୪୪.୪, ବଲାଙ୍ଗୀରରେ ୪୪.୩, ହୀରାକୁଦରେ ୪୪.୨, ସୁନ୍ଦରଗଡ଼ରେ ୪୪.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩.୫, ରାଉରକେଲାରେ ୪୩.୦, ଫୁଲବାଣୀ, ନୟାଗଡ଼ରେ ୪୨, ତାଳଚେର, କେନ୍ଦ୍ରାପଡ଼ା, ମାଲକାନଗିରିରେ  ୪୧.୨, ଅନୁଗୁଳରେ ୪୧.୧, ପାରଳାଖେମୁଣ୍ଡିରେ ୪୦.୭ ଓ ବାରିପଦାରେ ୪୦.୦ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ ହୋଇଥିଲେ ବି ଗୁଳୁଗୁଳି କାରଣରୁ ଲୋକେ ଅସୁବିଧାର ସାମ୍ନା କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଫଳ‌ରେ ରାଜ୍ୟରେ ଅସ୍ବାସ୍ଥ୍ୟକର ପାଣିପାଗ ଲାଗି ରହିବ। ସେପଟେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ସକାଳ ୮ଟା ପର ଠାରୁ ଅପରାହ୍‌ଣ ୩ଟା ଯାଏଁ ବାହାରକୁ ଯିବା ଅସହ୍ୟ ହେଉଛି। ପ୍ରବଳ ଖରା ସାଙ୍ଗକୁ ତତଲା ପବନ ଲୋକଙ୍କୁ ଛଟପଟ କରୁଛି। ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe