ଜଳୁଛି ଓଡ଼ିଶା: ୪୪.୮ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର, ଭୁବନେଶ୍ବରରେ ପାରା ୪୨.୪ ଡିଗ୍ରି

ରାଜ୍ୟର ୨୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଜଳୁଛି ଓଡ଼ିଶା: ୪୪.୮ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର, ଭୁବନେଶ୍ବରରେ ପାରା ୪୨.୪ ଡିଗ୍ରି

ଭୁବନେଶ୍ବର/ଝାରସୁଗୁଡ଼ା: ରଜରେ ସାରା ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର ୨୫ଟି ସହରରେ ଆଜିର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ଏହା ୪୪.୮ ଡିଗ୍ରି ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ସିଝିବେ ‌ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ପୂରା ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷା ହେଉଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ତେଣୁ ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଝାରସୁଗୁଡ଼ାରେ ଆଜି ମୁଣ୍ଡ ଫଟା ଖରା ହୋଇଥିଲା। ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଜନଶୂନ୍ୟ ଥିଲା। ଲୋକେ ଗରମରୁ ଆଶ୍ବସ୍ତି ପାଇବା ଲାଗି ଥଣ୍ଡା ପାନୀୟ ଓ ଆଖୁରସ ଦୋକାନରେ ଲାଇନ ଲଗାଉଥିଲେ। ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ‌ଲୋକଙ୍କର ଭିଡ଼ ରହୁ ନଥିଲା।

publive-image Photo: Tejaskar, Jharsuguda

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଜି ହୀରାକୁଦରେ ତାପମାତ୍ରା ୪୪.୧ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୪୪, ସମ୍ବଲପୁରରେ ୪୩.୯, ସେନପୁରରେ ୪୩.୮, ରାଉରକେଲା, ବାରିପଦାରେ ୪୩.୨, ତାଳଚେରରେ ୪୩, ବୌଦ୍ଧରେ ୪୨.୯, ବଲାଙ୍ଗୀରରେ ୪୨.୮, ଅନୁଗୁଳରେ ୪୨.୭, ନୂଆପଡ଼ାରେ ୪୨.୬, ନୟାଗଡ଼, ଢେଙ୍କାନାଳରେ ୪୨.୫, ଭୁବନେଶ୍ବରରେ ୪୨.୪, ଟିଟିଲାଗଡ଼ରେ ୪୨.୨, ବରଗଡ଼ରେ ୪୨, ଭଦ୍ରକ, କଟକରେ ୪୧.୫, ଭବାନୀପାଟଣାରେ ୪୧.୨, ମାଲକାନଗିରିରେ ୪୧, ଚାନ୍ଦବାଲିରେ ୪୦.୭, ବାଲେଶ୍ବରରେ ୪୦.୬, କେନ୍ଦୁଝର ଓ କେନ୍ଦ୍ରାପଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe