ଲକଡାଉନର ଦ୍ବିତୀୟ ଦିନ: ଝାରସୁଗୁଡ଼ାରେ ବସ୍ ଚଳାଚଳ ସ୍ବାଭାବିକ, ରାସ୍ତାଘାଟ ଖାଁଖାଁ

ଲକଡାଉନର ଦ୍ବିତୀୟ ଦିନ: ଝାରସୁଗୁଡ଼ାରେ ବସ୍ ଚଳାଚଳ ସ୍ବାଭାବିକ, ରାସ୍ତାଘାଟ ଖାଁଖାଁ

ଝାରସୁଗୁଡ଼ା: ଲକଡାଉନର ଦ୍ବିତୀୟ ଦିନରେ ଝାରସୁଗୁଡ଼ା ଜିଲ୍ଲାରେ ଆଜି ସ୍ଥିତି ଭିନ୍ନ ରହିଛି। ଆଜି ଜିଲ୍ଲାରେ ବସ୍ ଚଳାଚଳ ସ୍ବାଭାବିକ ରହିଛି। କିନ୍ତୁ ରେଳ ଚଳାଚଳ ବନ୍ଦ ରହିଛି। ପରିବା ବଜାରରେ ଗହଳି ପରିଲକ୍ଷିତ ହୋଇଛି। ତାଲାବନ୍ଦ ବେଳେ ଆଜି ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଜରାତି ଦୋକାନ, ପନିପରିବା ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ୍ ଦେକାନ ପ୍ରଭୃତି ଖୋଲା ରହିଛି। ତେବେ ଜିଲ୍ଳାରେ ରାସ୍ତାଘାଟ ଖାଁଖାଁ ଲାଗୁଛି।
ସୂଚନାଯୋଗ୍ୟ,ରାଜ୍ୟ ସରକାର ୫ ଜିଲ୍ଲା ଓ ୧୧ଟି ସହରକୁ ତାଲାବନ୍ଦ ଘୋଷଣା କରିଥିଲେ। ଏହି ସହର ମଧ୍ୟରେ ଝାରସୁଗୁଡ଼ା ଓ ବ୍ରଜରାଜନଗର ମଧ୍ୟ ରହିଛି। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଏ ନେଇ ବିଧିବଦ୍ଧ ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ସହର ସହିତ ବ୍ରଜରାଜନଗର ସହରକୁ ମଧ୍ୟ ତାଲାବନ୍ଦ ଘୋଷଣା କରିଥିଲେ। ଜିଲ୍ଲାର ଏହି ଦୁଇଗୋଟି ସହର ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ଲୋକେ ଏହି ସମୟରେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି।

publive-image
ରବିବାର ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଥିବା ବେଳେ କାଁ ଭାଁ ଲୋକ ଜରୁରୀ କାମରେ ବାହାରିଥିବା ବେଳେ ୮ ଟା ପରେ ସାରା ସହର ଶୂନଶାନ୍ ହୋଇ ପଡ଼ିଥିଲା। ଅନାବଶ୍ୟକ ଭାବରେ ବୁଲୁଥିବା ଲୋକଙ୍କୁ ବିଭିନ୍ନ ଛକରେ ପୁଲିସ ଅଟକାଇ ବାରଣ କରିବା ସହିତ ଚାଲାଣ କାଟୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe