ଝାରସୁଗୁଡ଼ାରୁ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଲେ ଜିଲ୍ଲାପାଳ

ଝାରସୁଗୁଡ଼ାରୁ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଲେ ଜିଲ୍ଲାପାଳ

ଝାରସୁଗୁଡ଼ା: ଆଜି ସକାଳେ ରାଜ୍ୟରେ ଯେଉଁ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ ଝାରସୁଗୁଡ଼ା ଜିଲ୍ଲାର ୪୦ ବର୍ଷୀୟା ମହିଳା। ଉକ୍ତ  କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳା ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଟୁଇଟରୁ ଜଣାଯାଇଛି।

ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଆକ୍ରାନ୍ତ ମହିଳାଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ତାଙ୍କର କହିବା ଅନୁଯାୟୀ, ଆକ୍ରାନ୍ତ ମହିଳାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକ କୋଡାଲୋଇ ନିକଟସ୍ଥ ଦହଲଡେରା ଗ୍ରାମରେ। ସେ ନିଜ ବଡ଼ ଭଉଣୀଙ୍କ ଝିଅର ଡେଲିଭରି ପାଇଁ ସେ ଗତ ୨୧ ତାରିଖରେ ସୁନ୍ଦରଗଡ଼ ଯାଇଥିଲେ। ସେ ସୁନ୍ଦରଗଡ଼ ଜିଲ୍ଲାର ବନ୍ଧପାଲି ଗ୍ରାମରୁ ଗତ ୨୬ ତାରଖରେ ନିଜ ଗାଁକୁ ଫେରିଥିଲେ। ୩୦ ତାରିଖରେ ତାଙ୍କ ସ୍ୱାବ୍ ସଂଗ୍ରହ ହୋଇ ପରୀକ୍ଷା ପାଇଁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe