Jharsuguda swelters at 41 degrees; Bhubaneswar-Cuttack temperature 38 degrees Photograph: (sambad.in)
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହରରେ ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୧ ଡିଗ୍ରି ସେଲସିୟସରେ ପହଞ୍ଚିଛି।
ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ ହୀରାକୁଦ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ଥିବାବେଳେ ସମ୍ବଲପୁରରେ ୩୯.୮ ଡିଗ୍ରି ସେଲସିୟସ୍, ରାଉରକେଲାରେ ୩୯ ଡିଗ୍ରି ସେଲସିୟସ୍ ଏବଂ ହୀରାକୁଦରେ ୩୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସୋମବାର ଅପରାହ୍ନ ୨:୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: ଦଣ୍ଡଯାତ୍ରା ସମୟରେ ଏନଏଚ-୫୯କୁ ଅବରୋଧ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ। ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୨-୩ ଡିଗ୍ରି ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ,ଝାରସୁଗୁଡା, ସମ୍ବଲପୁର, ଭବାନୀପାଟନା, ବଲାଙ୍ଗୀର, ଟିଟଲାଗଡ, ସୁବର୍ଣ୍ଣପୁର, ବୌଦ୍ଧ, ପାରଳାଖେମୁଣ୍ଡି, ଏବଂ ରାଉରକେଲା ଭଳି ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ଏପ୍ରିଲ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ପୂର୍ବାନୂମାନ
IMD | imd bhubaneswar
Follow Us