୧୬ରୁ ଉଡ଼ିବ ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ

Advertisment
୧୬ରୁ ଉଡ଼ିବ ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ

ଭୁବନେଶ୍ୱର/ଝାରସୁଗୁଡ଼ା: ଆସନ୍ତା ୧୬ ତାରିଖ ତାରିଖ ଠାରୁ ଝାରସୁଗୁଡ଼ା- ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ଚଳାଚଳ ଉଇଣ୍ଟର ସିଡ଼୍ୟୁଲରେ ବେଙ୍ଗାଲୁରୁ ଠାରୁ ୫ ଗୋଟି ଘରୋଇ ଓ ୨ ଗୋଟି ଅନ୍ତରାଷ୍ଟ୍ରୀୟ ବିମାନ ସିଡ୍ୟୁଲରେ ଝାରସୁଗୁଡ଼ାର ନାମ ପ୍ରକାଶ ପାଇଛି। ସ୍ପାଇସ ଜେଟ୍‌ ବିମାନ ସେବାକାରୀ ସଂସ୍ଥା ଏହି ରୁଟ୍‌ରେ ବିମାନ ଚଳାଚଳ କରିବ।

ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଉଇଣ୍ଟର ସିଡ୍ୟୁଲରେ ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବାର ଥିଲେ ମଧ୍ୟ ତାହା ପ୍ରକାଶ ପାଇନଥିଲା। ତେବେ ଖୁବ୍ ଶୀଘ୍ର ଏହି ରୁଟ୍‌ରେ ବିମାନ ସେବାଯୋଗାଇ ଦିଆଯିବ ବୋଲି ଆଶା କରାଯାଉଥିଲା। ତେବେ ଆଜି ବେଙ୍ଗାଲୁରୁ ଠାରୁ ସିଡ଼୍ୟୁଲରେ ଝାରସୁଗୁଡ଼ାର ନାମ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ଝାରସୁଗୁଡ଼ା ରୁ ବେଙ୍ଗାଲୁରୁ ବିମାନ ପାଇଁ ବହୁ ଦିନରୁ ଲୋକଙ୍କ ଦାବି ହୋଇ ଆସୁଥିଲା।

ବେଙ୍ଗାଲୁରୁକୁ ରାଜସ୍ଥାନର ଜୈସଲମେର, ଯୋଧପୁର ଓ ବିଡାରରୁ ମଧ୍ୟ ସେହି ଦିନ ବିମାନ ଉଡ଼ିବ। ଏହି ୪ଟି ସ୍ଥାନରୁ ବିମାନ ଉଡ଼ିବା ପରେ ବେଙ୍ଗାଲୁରୁ ଦେଶର ୮୨ଟି ସ୍ଥାନକୁ ବିମାନ ସହିତ ଯୋଡ଼ିବ। ଏଥି ସହିତ ବେଙ୍ଗାଲୁର ୨୫ଟି ଅନ୍ତର୍ଜାତୀୟ ସହରକୁ ବିମାନ ସହିତ ଯୋଗାଯୋଗ କରାଯାଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe