Business Standard
ଝାରସୁଗୁଡ଼ା : ଆସନ୍ତା ମାର୍ଚ୍ଚ ମାସରେ ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ। ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ। ଏବେ ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ରାୟପୁର, ଭୁବନେଶ୍ୱରକୁ ବିମାନ ଚାଲୁଥିବା ବେଳେ ଆସନ୍ତା ୩୧ ତାରିଖଠାରୁ ଝାରସୁଗୁଡ଼ାରୁ ଭାୟା ଭୁବନେଶ୍ୱର ଦେଇ ବାରାଣସୀକୁ ବିମାନ ସେବା ଆରମ୍ଭ ହେବ। ମାର୍ଚ୍ଚ ୨୮ରୁ ମୁମ୍ବାଇକୁ ସ୍ପାଇସ୍ ଜେଟ୍ ପାକ୍ଷରୁ ବୋଇଂ ସେବା ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଚୌହାନ କହିଛନ୍ତି। ଏହି ବିମାନ ମୁମ୍ବାଇରୁ ଆସି ପୁଣି ମୁମ୍ବାଇ ଫେରିଯିବ ବୋଲି ସେ କହିଛନ୍ତି।
Follow Us