୩ରେ ଝାରତରଭାରୁ ସୋନପୁରକୁ ଗଡ଼ିବ ରେଳ; ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଏଣିକି ଘରେ ବସି କରିପାରିବେ ଜେନେରାଲ ଟିକେଟ

Image Courtesy of The Times of India

ସୋନପୁର: ଆସନ୍ତା ୩ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭାରୁ ସୋନପୁରକୁ ଗଡ଼ିବ ରେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖ ଦିନ ସମ୍ବଲପୁର ଗସ୍ତ ସମୟରେ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୨୧.୭ କିଲୋମିଟର ରେଳରାସ୍ତାର ଆରମ୍ଭ କରିବେ। ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୨୧.୭ କିଲୋମିଟର ରେଳ ରାସ୍ତା ୩୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି।

ଗତ ଡିସେମ୍ବର ୨୯ ତାରିଖ ଦିନ ସୋନପୁର ଏବଂ ଖମ୍ବେଶ୍ବରୀପାଲି ମଧ୍ୟରେ ସାଢ଼େ ୧୦ କିଲୋମିଟର ବିଶିଷ୍ଟ ବ୍ରଡ୍‌ଗେଜ ରେଳ ଲାଇନକୁ ରେଳ ସୁରକ୍ଷା କମିସନର ଯାଞ୍ଚ କରି ଫିଟ୍ ଘୋଷଣା କରିବା ସହ ବିଭାଗର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ପ୍ରଦାନ କରିଥିଲେ। ପ୍ରଧା‌ନମନ୍ତ୍ରୀ ପୂର୍ବରୁ ବଲାଙ୍ଗୀରରୁ ଝାରତରଭା ପର୍ଯ୍ୟନ୍ତ ଲାଇନ ଲୋକାର୍ପଣ କରିସାରିଛନ୍ତି। ଆସନ୍ତା ୩ ତାରିଖରେ ଝାରତରଭାରୁ ସୋନପୁରକୁ ରେଳ ଗଡ଼ିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ରେଳ ବିଭାଗ ପକ୍ଷରୁ ସରିଛି। ସୋନପୁରକୁ ରେଳ ଗଡ଼ୁଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe