ଝିକିଝିକି ଗଣହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆକସ୍ମିକ ମୃତ୍ୟୁ

Advertisment
ସର୍ପାଘାତରେ ନାବାଳିକା ମୃତ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ସେ ଅସୁସ୍ଥ ହୋଇପଡ଼ିଥିଲେ। ସନ୍ଧ୍ୟାରେ ଶିବଙ୍କୁ ବରଗଡ଼ ଉପକାରାଗାରରୁ ଦୁଇ ଜଣ କର୍ମଚାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ।  ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶାବାଗାରରେ ମୃତ ଦେହ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

ସୂଚନାଯୋଗ୍ୟ, ଗତ ମାସ ୨୨ ତାରିଖ ଜମିବାଡ଼ି ବିବାଦକୁ ନେଇ ଶିବ ଓ ତାଙ୍କ ପରିବାରବର୍ଗ ମିଶି ପୁତୁରା ଗୁରୁଦେବ, ତାଙ୍କ ସ୍ତ୍ରୀ ଶିବାଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀଙ୍କୁ ହତ୍ୟା କରିଥିଲେ। ମୃତ ଦେହଗୁଡ଼ିକୁ ଗୋଟିଏ ଘରେ ବନ୍ଦ କରି ଲୁଚାଇ ଦେଇଥିଲେ। ପରଦିନ ଘଟଣା ସଂପର୍କରେ ଜଣାପଡ଼ିଥିଲା। ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଶିବ ଏବଂ ତାର ପତ୍ନୀ ଓ ପୁଅକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe