ଝିଲିଙ୍କୁ ମିଳିଲା ସହାୟତ‌ା, ପୁଅକୁ ବନ୍ଧା ରଖିଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପରେ ସମବେଦନା ସୁଅ

ଝିଲିଙ୍କୁ ମିଳିଲା ସହାୟତ‌ା, ପୁଅକୁ ବନ୍ଧା ରଖିଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପରେ ସମବେଦନା ସୁଅ

ଭଞ୍ଜନଗର : ଦୁଃଖାଙ୍କ ପରିବାରର ଦୁର୍ଦ୍ଦିନ ସ୍ଥିତି ବିଷୟରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଦୁଃଖା ଦିବ୍ୟାଙ୍ଗ ହୋଇ ଘରେ ପଡ଼ି ରହିଥିବାବେଳେ ପତ୍ନୀ ଝିଲିଙ୍କ ମୁଣ୍ଡ ଉପରେ ପରିବାରର ବୋଝ ପଡ଼ିଥିଲା। ମୂଲ କାମ କରିବା ସହ ସ୍ବାମୀଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ନିଜ ବଡ଼ ଭଉଣୀଙ୍କ ଠାରୁ ୧୦ ହଜାର ଟଙ୍କା ଆଣିବା ସହ ନିଜର ୫ ମାସର ପୁତ୍ରସନ୍ତାନକୁ ତାଙ୍କ ନିକଟରେ ବନ୍ଧା ପକାଇଥିଲେ। ଖବର ପ୍ରକାଶ ପରେ ଭଞ୍ଜନଗର ବ୍ଳକ୍ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କୁ ଆଜି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଭଞ୍ଜନଗର ଡାକ୍ତରଖାନାର ସର୍ଜରି ବିଭାଗରେ ଦୁଃଖାଙ୍କ ଚିକିତ୍ସା ଚାଲିଥିବା ବେଳେ ଶ୍ରୀ ମିଞ୍ଜ ପହଞ୍ଚି ତାଙ୍କ ପତ୍ନୀଙ୍କୁ ସହାୟତା ରାଶି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe