ଝିରମଘାଟି ହତ୍ୟାକାଣ୍ଡକୁ ୧୧ ବର୍ଷ ପୁରିଲା: ଦେଶର ସର୍ବବୃହତ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ନାହିଁ

Advertisment

୩୩ ଜଣ କଂଗ୍ରେସ ନେତା ଓ କର୍ମୀଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା କି

୩୩ ଜଣ କଂଗ୍ରେସ ନେତା ଓ କର୍ମୀଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା କି

ଝିରମଘାଟି ହତ୍ୟାକାଣ୍ଡକୁ ୧୧ ବର୍ଷ ପୁରିଲା: ଦେଶର ସର୍ବବୃହତ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ନାହିଁ

ମାଲକାନଗିରି: ୨୦୧୩ ମେ ୨୫ ତାରିଖରେ ଝିରମଘାଟିରେ ଦେଶର ସବୁଠାରୁ ଦ୍ବିତୀୟ ବଡ ନରସଂହାର ହୋଇଥିଲା।ଏହି ନରସଂହାର ନକ୍ସଲ କରିଥିଲେ ନା ହତ୍ୟା ପଛରେ ସୁପାରି ଦିଆଯାଇଥିଲା, ଏହାର ସତ୍ୟାସତ୍ୟ ଆଜି ବି ପଦାକୁ ଆସିପାରିଲା ନାହିଁ। ସେତେବେଳେ କଂଗ୍ରେସ ଛତିଶଗଡରେ ଏକ ବଡ ପାର୍ଟି ଥିବା ବେଳେ ବିଜେପି ତାର ସତ୍ତା ହରାଉଥିଲା।ତେବେ ବିଜେପି ହିଁ କଂଗ୍ରେସର ଏହି ନେତା ଓ କର୍ମୀଙ୍କୁ ହତ୍ୟା କରିଥିବା କଂଗ୍ରେସ ଆଜି ବି ସରକାରଙ୍କ ନିକଟରେ ଅଭିଯୋଗ କରିଆସୁଛି।କିନ୍ତୁ ଏହି ଘଟଣାର ପର୍ଦାଫାସ ହୋଇପାରିଲା ନାହିଁ।ଘଟଣାଟି ଏମିତି ଥିଲା।

୨୦୧୩ ମସିହାରେ କଂଗ୍ରେସ ପରିବର୍ତ୍ତନ ମହାସଭା ବିଭିନ୍ନ ସ୍ଥାନରେ କରୁଥିଲା। ତେବେ ସେହି ବର୍ଷ ମେ ୨୫ ତାରିଖରେ ସୁକମା ଠାରେ କଂଗ୍ରେସର ବଡ ବଡ ନେତା ସହ ଶତାଧିକ କର୍ମୀ ସୁକମାରେ ପହଞ୍ଚି ପରିବର୍ତ୍ତନ ସଭାରେ ଯୋଗ ଦେଇଥିଲେ।ଅପରାହ୍ନ ୨ଟା ବେଳକୁ ସଭା ସରିବା ପରେ କଂଗ୍ରେସର ଏହି ଟିମ ଜଗଦଲପୁର ଆଡକୁ ବାହାରିଥିଲା। ତେବେ କଂଗ୍ରେସର ଏହି ଟିମକୁ ଝିରମ ଘାଟିରେ ମୃତ୍ୟୁ ଅପେକ୍ଷା କରି ରହିଥିଲା। ଝିରମଘାଟିର ମଧ୍ୟ ଭାଗରେ ପହଞ୍ଚିବା ପରେ ଅତର୍କିତ ଗୁଳିବର୍ଷଣ ହୋଇଥିଲା।ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଗାଡି ଅଟକି ଯାଇଥିଲା। ସମସ୍ତେ ଜୀବନ ବିକଳରେ ତଳେ ଶୋଇପଡିଥିଲେ। ସମସ୍ତେ ବୁଝିବା ଆଗରୁ କିଛି କର୍ମୀ ଗୁଳିର ଶିକାର ହୋଇ ଟଳି ପଡିଥିବା ବେଳେ ଆଉ କିଛି ଗୁଳି ବାଜିବାରୁ ଚିତ୍କାର କରୁଥିଲେ।

ତେବେ ଏହା ନକ୍ସଲଙ୍କର କୌଣସି ରାଜନୈତିକ ଦଳ ଉପରେ ସବୁଠାରୁ ବଡ ହମଲା ଥିଲା।ସମସ୍ତ ନେତାଙ୍କୁ ବାଛି ବାଛି ହତ୍ୟା କରାଯାଇଥିଲା।  ଏହି ହତ୍ୟାକାଣ୍ଡ ନକ୍ସଲ କରିଥିବା ନେଇ ପ୍ରଚାର ହେଲା। କିନ୍ତୁ ନକ୍ସଲ ଏତେ ବଡ ହତ୍ୟା କାଣ୍ଡ କରିବା ପୂର୍ବରୁ ଭିଡିଓ ଗ୍ରାଫି କରିଥାନ୍ତି କିମ୍ବା ଏହି ଘଟଣାର ନିନ୍ଦା ନିଜ ଉପରେ ନେଇଥାନ୍ତି।କିନ୍ତୁ ନକ୍ସଲ କୌଣସି ସୂଚନା ଜନସାଧାରଣକୁ ପ୍ରଦାନ କରିନଥିଲେ।ଚେଣୁ ଏହା ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ କରାଯାଇଛି।ବିଜେପି ନକ୍ସଲଙ୍କୁ ସୁପାରି ଦେଇ କଂଗ୍ରେସର କର୍ମୀ ଓ ନେତାଙ୍କୁ ହତ୍ୟା କରିଥିବା ଏବେ ବି ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସତ୍ୟତା ପଦାକୁ ଆସିପାରିଲା ନାହିଁ।ଇତିମଧ୍ୟରେ ୧୧ ବର୍ଷ ପୁରିଗଲା।ଏହି ହତ୍ୟାକାଣ୍ଡରେ ପୁରୁଷ ନକ୍ସଲ ଅପେକ୍ଷା ଅଧିକା ମହିଳା ନକ୍ସଲ ଥିଲେ।କଂଗ୍ରେସର ନେତା ମହେନ୍ଦ୍ର କର୍ମା, ନନ୍ଦ କୁମାର ପଟେଲ,ଉଦୟ ମଦିଗାର,ବିଦ୍ୟା ଚରଣ ଶୁକ୍ଲା, ଦିନେଶ ପଟେଲ ସମେତ ବହୁ ନେତା ମୃତ୍ୟୁବରଣ କରିଥିଲା।ଏହି ନକ୍ସଲ ହମଲାର ବ୍ଲୁପ୍ରିଣ୍ଟ ମାଓନେତା ହିଡମା କରିଥିଲା। ଘଟଣାସ୍ଥଳରେ ମାଓନେତା ବିନୋଦ,ସୁଜାତା ଓ ବିକଳ୍ପ ମଧ୍ୟ ରହିଥିଲେ। ମହିଳା ନକ୍ସଲ ହେମା ହିଁ ନେତୃତ୍ବ ନେଉଥିଲା। ମହେନ୍ଦ୍ର କର୍ମାକୁ ଧରି ହତ୍ୟା କରିବା ପରେ ମହିଳା ନକ୍ସଲମାନେ ନାଚିଥିଲେ।୨୦୦୦ ମସିହାରେ ମହେନ୍ଦ୍ର କର୍ମା ମନ୍ତ୍ରୀ ଏବଂ ନନ୍ଦ କୁମାର ପଟେଲ ଗୃହମନ୍ତ୍ରୀ ଥିଲେ। ସଲବାଜୁଡମ ଯୋଜନା କରି ବହୁ ନକ୍ସଲକୁ ସରକାର ମାରିଥିଲେ।ଏହାର ପ୍ରତିଶୋଧ ନେବାକୁ ନକ୍ସଲ ଏହି ହମଲା କରିଥିବା କୁହାଯାଉଛି। ୧୧ ବର୍ଷ ଧରି ଦୁଇ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି କିନ୍ତୁ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe