ଝାରସୁଗୁଡ଼ା: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଜେଇଇ ପରୀକ୍ଷାରେ ଝାରସୁଗୁଡ଼ା ପୁରୁଣାବସ୍ତିର ଝିଅ ଶୁଭଶ୍ରୀ ହୋତା ଟପ୍ପର ହୋଇଛନ୍ତି।
ଶୁଭଶ୍ରୀ ବାୟୋଟେକ୍ନୋଲୋଜି ବିଭାଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶୁଭଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବି.ଟେକ ପରେ ସେ ଓଜେଇଇ ପାଇଁ ପ୍ରସ୍ତୁତି କରିଥିଲେ। ଆଗକୁ ସେ ଗବେଷଣାତ୍ମକ ବିଷୟ ଉପରେ ଭଲ ଶିକ୍ଷାନୁଷ୍ଠାନରେ ପିଏଚ୍ଡି କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ମା’, ବାପା ଓ ଭାଇଙ୍କୁ ଶ୍ରେୟ ଦେଇଛନ୍ତି।
Follow Us