ପୁଣି ଚର୍ଚ୍ଚାରେ କନ୍ଧମାଳର ଝୁଲିମା : ୟୁ ଆର ଦି ଚାମ୍ପିଅନ ପୁସ୍ତକରେ ସ୍ଥାନିତ ହେଲା ଝୁଲିମା ମଲ୍ଲିକ୍‌ଙ୍କ କାହାଣୀ 

Advertisment
ପୁଣି ଚର୍ଚ୍ଚାରେ କନ୍ଧମାଳର ଝୁଲିମା : ୟୁ ଆର ଦି ଚାମ୍ପିଅନ ପୁସ୍ତକରେ ସ୍ଥାନିତ ହେଲା ଝୁଲିମା ମଲ୍ଲିକ୍‌ଙ୍କ କାହାଣୀ 

ଫୁଲବାଣୀ : ପୁଣି ଚର୍ଚ୍ଚାର ପରିସୀମାରେ କନ୍ଧମାଳ ଜିଲ୍ଲା ବାନ୍ଦୁଡ଼ି ଗାଁର ଭି.ଆୱାଡ୍ ବିଜୟିନୀ ଝୁଲିମା ମଲ୍ଲିକ୍ । ସାଧାରଣତନ୍ତ୍ର ଦିବସ ଅବସରରେ ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍ରେସି ଫେଷ୍ଟିଭାଲ୍ (Jaipur Literacy Festival)ରେ ଉନ୍ମୋଚନ ହୋଇଯାଇଛି ଉଇ ଆର ଦି ଚାମ୍ପିୟନ୍‌ସ (We Are The Champions) ପୁସ୍ତକ ।ଯେଉଁଥିରେ କନ୍ଧମାଳର ଝୁଲିମା ମଲ୍ଲିକ୍‌ଙ୍କ କାହାଣୀ ସ୍ଥାନ ପାଇଛି । ଦେଶର ସୁନାମ ଧନ୍ୟ ଲେଖିକା ରଶ୍ମି ବଂଶଲ୍ ଓ ଦେବେନ୍ଦ୍ର ତକ୍‌ଙ୍କ ଦ୍ୱାରା ଲେଖାଯାଇଥିବା ଏହି ପୁସ୍ତକରେ ଦେଶର ସମୁଦାୟ ୧୫ ଜଣ ସାମାଜିକ ପରିବର୍ତନକାରୀ ବ୍ୟକ୍ତିତ୍ୱଙ୍କର କାହଣୀ ସ୍ଥାନ ପାଇଛି । କନ୍ଧମାଳର ଝୁଲିମା ମଲ୍ଲିକ୍‌ଙ୍କର ସମାଜ ପରିବର୍ତନ ତଥା ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ତାଙ୍କ ସଙ୍ଘର୍ଷର କାହାଣୀ ଏହି ପୁସ୍ତକରେ ସ୍ଥାନ ପାଇଛି ।

ଏହି ପୁସ୍ତକର ଉନ୍ମୋଚନ ରାଜସ୍ଥାନର ରାଜକୁମାରୀ ତଥା ସାଂସଦ ଶ୍ରୀମତୀ ଦୀୟା କୁମାରୀ, ଆନ୍ତର୍ଜାତୀକ ସଂସ୍ଥା ସେଭ୍ ଦି ଚିଲିଡ୍ରେନ୍ସର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧକ୍ଷ୍ୟ ଅରୁଣ ମାଇରା ତଥା ଲେଖିକା ରଶ୍ମୀ ବଂଶଲ୍ ଓ ଝୁଲ୍ଲିମା ମଲ୍ଲିକ୍‌ଙ୍କ ଉପସ୍ଥିତିିରେ କରାଯାଇଥିଲା । ଏହି ଅବସରରେ ଲେଖିକା ରଶ୍ମୀ ବଂଶଲ୍ ଝୁଲିମାଙ୍କ ସଙ୍ଘର୍ଷକୁ ପ୍ରଶଂସା କରିବା ସହିତ ଏହି ଭଳି ପ୍ରତିଭାକୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ । ଝୁଲିମା ସହିତ ପୂର୍ବ ଅନୁଭୁତିକୁ ବଖାଣି ରଶ୍ମୀ ବଂଶଲ୍ କହିଥିଲେ ଯେ ଏକ ଅପହଂଚ ଆଦିବାସୀ ଗ୍ରାମର ଝିଅ ଝୁଲିମା ସହିତ ମିଶିବା ପରେ ଅତ୍ୟନ୍ତ ପ୍ରଭାବିତ ହୋଇ ଝୁଲିମା ଭଳି ଏକ ଆଦିବାସୀ ଝିଅର ସାମାଜିକ ପରିବର୍ତନରେ ସଂଗ୍ରାମର କାହାଣୀ ଏକ ବହି ଆକାରରେ ପ୍ରକାଶ କରି ସାରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମୋତେ ପ୍ରଭାବିତ କରିଥିଲା । ଏହି ଖବର ଜାଣିବା ମାତ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଝୁଲିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ ଝୁଲିମାକୁ ବହୁତ ବହୁତ ଶୁଭେଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe